ଆଳିରୁ ଜିତିଲେ ପ୍ରତାପ ଦେବ । କଂଗ୍ରେସ ପ୍ରାର୍ଥୀଙ୍କୁ ୧୯ ହଜାରରୁ ଅଧିକ ଭୋଟରେ ହରାଇଥିବା ସୂଚନା ।

96

କନକ ବ୍ୟୁରୋ: ଆଳିରୁ ଜିତିଲେ ପ୍ରତାପ ଦେବ । ଆଳି ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବିଜୟୀ ହେଇଛନ୍ତି । କଂଗ୍ରେସ ପ୍ରାର୍ଥୀଙ୍କୁ ୧୯ ହଜାରରୁ ଅଧିକ ଭୋଟରେ ପ୍ରତାପ ଦେବ ହରାଇଥିବା ନେଇ ସୂଚନା ମିଳିଛି । ଆଳିରେ ପ୍ରତାପ ଦେବଙ୍କ ଟକ୍କର ଦେଇଥିଲେ କଂଗ୍ରେସ ପ୍ରାର୍ଥୀ ଦେବସ୍ମିତା ଶର୍ମା । ହେଲେ ଶେଷରେ ପ୍ରତାପ ଦେବ ବିଜୟୀ ହେଇଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରତାପ ଦେବ ଲଗାତାର ଭାବେ ଆଳି ଆସନରୁ ବିଜୟୀ ହେଇ ଆସୁଛନ୍ତି । କେବଳ ୨୦୧୪ ମସିହାକୁ ଛାଡିଦେଲେ ୨୦୦୦ ମସିହାରୁ ସେ ଲଗାତାର ବିଜୟ ହେଇ ଆସୁଛନ୍ତି । ଏଠାରେ ଏଥର ମଧ୍ୟ କଡା ଟକ୍କର ଦେଖିବାକୁ ମିଳିଥିଲା । ବିଜେଡି ପ୍ରାର୍ଥୀ ପ୍ରତାପ ଦେବଙ୍କୁ ଟକ୍କର ଦେଇଥିଲେ କଂଗ୍ରେସ ପ୍ରାର୍ଥୀ ଦେବସ୍ମିତା ଶର୍ମା ।