ମନ୍ତ୍ରୀ ପଦରୁ ଅବ୍ୟାହତି ପରେ ଓଡ଼ିଶାରେ ପହଂଚିଲେ ପ୍ରତାପ ଷଡ଼ଙ୍ଗୀ : କହିଲେ ମନ୍ତ୍ରୀ ପଦ ପାଇଁ ନଥିଲେ ଆଶାୟୀ, ଦାୟିତ୍ୱରୁ ଅବ୍ୟାହତି ପରେ ନିର୍ବାଚନୀ କ୍ଷେତ୍ର ପାଇଁ କରିବେ ଅଧିକ କାମ

337

କନକ ବ୍ୟୁରୋ : ମନ୍ତ୍ରୀପଦରୁ ଅବ୍ୟାହତି ପରେ ଓଡିଶା ଫେରିଛନ୍ତି ପ୍ରତୀପ ଷଡଙ୍ଗୀ । ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ପହଂଚିଥିଲେ ଅଳ୍ପ କିଛି ଦଳୀୟ କର୍ମୀ ।

ତେବେ ପୂର୍ବଭଳି ତାଙ୍କୁ ସ୍ୱାଗତ ସଂବର୍ଦ୍ଧନା କରିବା ପାଇଁ ବିରାଟ ଥାଟ ପଟୁଆର ଦେଖିବାକୁ ମିଳିନାହିଁ । ତଥାପି ଏଥିରେ ସେ ବିଚଳିତ ନଥିବା କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ । ପୂର୍ବରୁ ମଧ୍ୟ ସେ ମନ୍ତ୍ରୀପଦ ପାଇଁ ଆଶାୟୀ ନଥିଲେ ବୋଲି କହିଛନ୍ତି । ଏବେ ଦାୟିତ୍ୱରୁ ମୁକ୍ତି ମିଳିଥିବାରୁ ନିଜ ନିର୍ବାଚନ କ୍ଷେତ୍ରକୁ ଅଧିକ ସମୟ ଦେଇପାରିବେ ବୋଲି କନକ ନ୍ୟୁଜକୁ ପ୍ରତିକ୍ରିୟାରେ କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।