କନକ ବ୍ୟୁରୋ : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ଟେଷ୍ଟ ସିରିଜ । ଦୁଇ ମ୍ୟାଚ୍ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ହାସଲ କରିବାକୁ ଭାରତ ନିଜର ଶ୍ରେଷ୍ଠ ଟିମକୁ ନେଇ ମୈଦାନକୁ ଓହ୍ଳାଇଛି । କାରଣ ଦୀର୍ଘ ୩୧ ବର୍ଷ ହେବ ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ଟେଷ୍ଟ ସିରିଜ ବିଜୟର ସ୍ୱାଦ ଚାଖିପାରିନି । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ନିଜର ଟେଷ୍ଟ ଡେବ୍ୟୁ କରିଛନ୍ତି ଦ୍ରୁତ ବୋଲର ପ୍ରସିଦ୍ଧ କିଷ୍ଣା । ସେହିଭଳି ପ୍ରଥମ ମ୍ୟାଚର ଚୂଡାନ୍ତ ଏକାଦଶରୁ ବାଦ୍ ପଡିଛନ୍ତି ରବୀନ୍ଦ୍ର ଜାଡେଜା । ୪ ଦ୍ରୁତ ବୋଲରଙ୍କ ସହ ଏହି ମ୍ୟାଚ୍ ଖେଳୁଛି ଭାରତ ।

Advertisment

ପ୍ରସିଦ୍ଧ କ୍ରିଷ୍ଣା ଭାରତ ପକ୍ଷରୁ ଟେଷ୍ଟ ମ୍ୟାଚ ଖେଳିଥିବା ୩୦୯ ନମ୍ବର ଖେଳାଳୀ ସାଜିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଅନୁଭବୀ ଅଶ୍ୱିନୀଙ୍କୁ ସୁଯୋଗ ମିଳିଥିବା ବେଳେ ଜାଡେଜା ବାଦ୍ ପଡିଛନ୍ତି । ରୋହିତଙ୍କ ସହ ଓପନିଂ କରିବାକୁ ଜୟସ୍ୱାଲ ମୈଦାନକୁ ଓହ୍ଲାଇଛନ୍ତି । ରବୀନ୍ଦ୍ର ଜାଡେଜା ମ୍ୟାଚ୍ ପୂର୍ବରୁ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତେଣୁ ତାଙ୍କୁ ମ୍ୟାଚ୍ ଖେଳାଇ ରିସ୍କ ନେବାକୁ ଚାହିଁନି ଟିମ୍ ମ୍ୟାନେଜମେଣ୍ଟ ।