ପ୍ରଶାନ୍ତ କିଶୋରଙ୍କ ପରାମର୍ଶରେ ଟିଏମସିରେ ଯୋଗଦେଲି : ଫଲେରିଓ

Advertisment
ପ୍ରଶାନ୍ତ କିଶୋରଙ୍କ ପରାମର୍ଶରେ ଟିଏମସିରେ ଯୋଗଦେଲି : ଫଲେରିଓ

କନକ ବ୍ୟୁରୋ : ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଏବେ ଏବେ ଟିଏମସିରେ ଯୋଗ ଦେଇଥିବା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଲୁଇଜିହ୍ନୋ ଫଲେରିଓ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଫଲେରିଓ କହିଛନ୍ତି କି ତାଙ୍କୁ ଟିଏମସିରେ ଯୋଗଦେବାକୁ ପ୍ରଶାନ୍ତ କିଶୋରଙ୍କ ଆଇପିଏସି ପରାମର୍ଶ ଦେଇଥିଲା ।

ସେ ଆହୁରି କହିଛନ୍ତି କି “ଆପଣ ବିଶ୍ୱାସ କରି ନପାରନ୍ତି, ହେଲେ ମୁଁ କେବେ ଟିଏମସି ମୁଖ୍ୟ ମମତା ବାନାର୍ଜୀ କିମ୍ବା ଅଭିଷେକ ବାନାର୍ଜୀଙ୍କୁ ଭେଟି ନଥିଲି,” ସେମାନେ କାହାପାଇଁ କଣ ହୋଇପାରନ୍ତି କିନ୍ତୁ ମୋ ପାଇଁ ମମତା ବାନାର୍ଜୀ ଜଣେ ମହାନ ରାଷ୍ଟ୍ରୀୟ ନେତା । ସେ କହିଥିଲେ କି ମୁଁ ଟିଏମସିରେ ଯୋଗଦେବାକୁ ନିର୍ଣ୍ଣୟ ନେବା ପୂର୍ବରୁ ଆଇପିଏସି ସହ ପ୍ରଶାନ୍ତ କିଶୋରଙ୍କୁ ଭେଟ କରି ଆଲୋଚନା କରିଥିଲି ।

ଅନ୍ୟପଟେ କଂଗ୍ରେସ ଛାଡିବା ତାଙ୍କ ପାଇଁ କଠିନ ନିଷ୍ପତ୍ତି ଥଲା ବୋଲି ସେ କହିବା ସହ ଶେଷରେ ଗୋଆର ସ୍ୱାର୍ଥ ପାଇଁ ଓ ଦେଶ ହିତରେ ବିଜେପିକୁ ହରାଇବାକୁ ଟିଏସିରେ ଯୋଗ ଦେଇଥିବା କଥା ସେ କହିଥିଲେ । ଏହାସହ ଏବେ ବି ମୁଁ ପ୍ରଶାନ୍ତ କିଶୋରଙ୍କ ଟିମର ସହାୟତା ଆଶା କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe