କନକ ବ୍ୟୁରୋ: କଂଗ୍ରେସ ସହ ମତାନ୍ତର ନୂଆ ଦଳ ଗଢିବାକୁ ଯୋଜନା କରୁଛନ୍ତି ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର । ସୋମବାର ତାଙ୍କ ଟୁଇଟକୁ ଆରମ୍ଭ ହୋଇଛି ଚର୍ଚ୍ଚା । ଟ୍ୱିଟ କରି ସେ ଯାହା କହିଛନ୍ତି ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ଯାହା ଜଣାପଡୁଛି କି, ସେ ନୂଆ ଦଳ ଗଢିବାର ଯୋଜନା କରୁଛନ୍ତି ।
କଂଗ୍ରେସ ସହ ଆଲୋଚନା ସଫଳ ନହେବା ପରେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହା ପରୋକ୍ଷରେ ସୂଚାଇଛନ୍ତି । ବାସ୍ତବରେ ପ୍ରଶାନ୍ତ କିଶୋର ଟ୍ୱିଟ୍ କରି କହିଛନ୍ତି ଯେ ପ୍ରକୃତ ମାଷ୍ଟରଙ୍କ ନିକଟରେ ପହଞ୍ଚିବା ପାଇଁ ସମୟ ଆସିଛି । ‘ଜନ ସୁରଜ’ର ପଥକୁ ଭଲ ଭାବରେ ବୁଝିବାକୁ ପ୍ରକୃତ ମାଷ୍ଟର୍ସଙ୍କ ନିକଟରେ ପହଞ୍ଚିବାର ସମୟ ଆସିଛି ।
My quest to be a meaningful participant in democracy & help shape pro-people policy led to a 10yr rollercoaster ride!
As I turn the page, time to go to the Real Masters, THE PEOPLE,to better understand the issues & the path to “जन सुराज”-Peoples Good Governance
शुरुआत #बिहार से
— Prashant Kishor (@PrashantKishor) May 2, 2022
ପ୍ରଶାନ୍ତ କିଶୋର କିଛି ଦିନ ତଳେ କଂଗ୍ରେସରେ ମିଶିବା ନେଇ ଆଲୋଚନା ହେଉଥିଲା । ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସର ଉନ୍ନତ ପ୍ରଦର୍ଶନ ଉପରେ ପ୍ରଶାନ୍ତ କିଶୋର ଏକ ପ୍ରସ୍ତାବ ଦେଇଥିଲେ । ଯାହାକୁ ପସନ୍ଦ କରିଥିଲେ କଂଗ୍ରେସ ହାଇକମାଣ୍ଡ । ବିଶ୍ୱାସ କରାଯାଏ ଯେ ପ୍ରଶାନ୍ତ କିଶୋର ବିହାର ଯାତ୍ରା କରିବେ, ଲୋକଙ୍କୁ ଭେଟିବେ ଏବଂ ସେମାନଙ୍କ ସମସ୍ୟା ବୁଝିବେ ।
ଏଭଳି ପରିସ୍ଥିତିରେ ପି.କେ ଏକ ନୂତନ ରାଜନୈତିକ ଦଳ ଗଠନ କରିବେ କି ନାହିଁ ପ୍ରଶ୍ନ ଉଠିଛି ? ଏହା ବିଶ୍ୱାସ କରାଯାଏ ଯେ ପି.କେଙ୍କର ବିକଳ୍ପ ସୀମିତ ନୁହେଁ । ସେ ଏକ ନୂତନ ପାର୍ଟି ମଧ୍ୟ ଘୋଷଣା କରିବାକୁ ଯୋଜନା କରୁଛନ୍ତି । ଉଲ୍ଲେଖଥାଉ କି, ପ୍ରଶାନ୍ତ କିଶୋର ଆଜି ପାଟନା ଗସ୍ତରେ ଅଛନ୍ତି । କେବଳ ସେତିକି ନୁହେଁ, ଏହା କୁହାଯାଉଛି ଯେ ପ୍ରଶାନ୍ତ କିଶୋର ବିହାରରୁ ନିଜର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/25-2.jpg)