କନକ ବ୍ୟୁରୋ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ । ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଶାନ୍ତ କିଶୋର । ନୀତୀଶ କୁମାର, ପ୍ରଶାନ୍ତ କିଶୋରଙ୍କୁ ଟାର୍ଗେଟ୍ କରି କରିଥିଲେ । କହିଥିଲେ, ପ୍ରଶାନ୍ତ କିଶୋର ଜେଡିୟୁକୁ କଂଗ୍ରେସ ସହ ମିଶ୍ରଣ କରିବାକୁ ତାଙ୍କୁ ପ୍ରସ୍ତାବ ଦେଇଥିଲେ । ୪-୫ ବର୍ଷ ତଳେ ପ୍ରଶାନ୍ତ କିଶୋର ତାଙ୍କୁ କଂଗ୍ରେସ ସହ ମିଶିବା ପାଇଁ ପ୍ରସ୍ତାବ ଦେଇଥିବା ନୀତୀଶ କୁମାର କହିଛନ୍ତି ।

Advertisment

ଏବେ ସେ ବିଜେପି ସମର୍ଥନରେ ଏବଂ ସେହି ଆଧାରରେ କାମ କରୁଛନ୍ତି । ଯଦି ବିଜେପିରେ ତାଙ୍କୁ କିଛି ପଦବୀ ମିଳିବ ତେବେ ତାହା ତାଙ୍କ ପାଇଁ ଭଲ ହେବ ବୋଲି ନୀତୀଶ କହିଥିଲେ । ଏହା ଉପରେ ଆଜି ଜବାବ ରଖିଛନ୍ତି ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର । କହିଛନ୍ତି, ନୀତୀଶଙ୍କ ଉପରେ ବୟସର ପ୍ରଭାବ ଦେଖିବାକୁ ମିଳିଛି । ସେ ଏପରି କିଛି ଲୋକଙ୍କ ସହ ଘେରି ଯାଇଛନ୍ତି ଯେ, ଯେଉଁଥିରେ ନିଜ ଉପରେ ତାଙ୍କର ବିଶ୍ୱାସ ନାହିଁ । ସେ ଏକୁଟିଆ ପଡ଼ିଯାଇଥିବାରୁ ଏପରି କହୁଥିବା ପ୍ରଶାନ୍ତ କିଶୋର କହିଛନ୍ତି ।