ପ୍ରଶାନ୍ତ କିଶୋର ରାଜ୍ୟସଭା ଯିବା ନେଇ ବଢିଲା ଅଟକଳ, ଭବାନୀପୁର ଆସନରୁ ଭୋଟର ହେଲେ ପ୍ରଶାନ୍ତ

212

କନକ ବ୍ୟୁରୋ : ଗୋଟେପଟେ ରାଜେନୈତିକ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରୁଥିବା ବେଳେ ଏବେ ପ୍ରଶାନ୍ତ କିଶୋର ଟିଏମସିରେ ଯୋଗ ଦେବା ନେଇ ଅଟକଳ ଜୋର ଧରିଛି । ପ୍ରଶାନ୍ତ କିଶୋର ପଶ୍ଚିମବଙ୍ଗର ଭାବାନୀପୁର ଆସନରେ ଭୋଟଦାତା ହେବାକୁ ପଞ୍ଜିକରଣ କରିବା ପରେ ପ୍ରଶାନ୍ତ କଂଗ୍ରେସରେ ଯୋଗଦେଉଥିବା ଚର୍ଚ୍ଚାର ଜବନିକା ପଡିଛି । କାରଣ ପ୍ରଶାନ୍ତ ପ୍ରଥମେ ବିହାରର ରୋହତାମ ଜିଲ୍ଲା ନିଜ ପୈତୃକ ଗାଁରେ ମତଦାତା ଥିଲେ ।

କହିରଖୁ କି ପ୍ରଶାନ୍ତ କିଶୋର ଗତ ବିଧାନସଭା ନିର୍ବାଚନ ବେଳେ ଟିଏମସିର ରାଜନୈତିକ ରଣନୀତିକାର ଭାବେ କାମ କରି ଟିଏମସିକୁ ପୁଣି ଥରେ କ୍ଷମତା ଦେବାରେ ବେସ୍ ଭଲ କାମ କରିଥିଲେ । ଏହାପରେ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେଉଥିବା ନେଇ ବେସ ଆଲୋଚନା ହେଉଥିଲା । ହେଲେ ଏବେ ସେ ଭାବନୀପୁର ନିର୍ବାଚନ କ୍ଷେତ୍ରରେ ମତଦାତା ଭାବେ ନିଜକୁ ପଞ୍ଜିକୃତ କରିବା ପରେ ଅନୁମାନ କରାଯାଉଛି ମମତା ତାଙ୍କୁ ରାଜ୍ୟସଭାକୁ ସାଂସଦ ଭାବେ ପଠାଇପାରନ୍ତି ।