ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମୁଖ୍ୟ ପରାମର୍ଶ ଦାତା ନିଯୁକ୍ତ ହେଲେ ପ୍ରଶାନ୍ତ କିଶୋର । ଦରମା ନେବେ କେବଳ ୧ ଟଙ୍କା ।

283

କନକ ବ୍ୟୁରୋ: ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ରାଜନୀତିର ଚାଣକ୍ୟ ପ୍ରଶାନ୍ତ କିଶୋରଙ୍କୁ ନେଇ ଏବେ ଚର୍ଚ୍ଚା । ଏହି ଚର୍ଚ୍ଚା ସେତେବେଳେ ଆସିଛି ଯେତେବେଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ତାଙ୍କୁ ମ୍ରୁଖ୍ୟ ପରାମର୍ଶ ଦାତା ଭାବେ ନିଯୁକ୍ତ କରିଛନ୍ତି । ମାତ୍ର ୧ ଟଙ୍କା ଦରମାରେ ପ୍ରଶାନ୍ତ କିଶୋର ଅମରିନ୍ଦର ସିଂହଙ୍କ ପାଇଁ ରାଜନୈତିକ ପରାମର୍ଶ ଦାତା ଭାବେ କାମ କରିବେ । ଆଉ ବର୍ଷକ ପରେ ପଞ୍ଜାବରେ ବିଧାନସଭା ନିର୍ବାଚନ ଆସୁଛି । ତେଣୁ ନିର୍ବାଚନ ରଣନୀତି ତିଆରି କରିବା ପାଇଁ ଅମିରିନ୍ଦର ଏହି ନିଯୁକ୍ତି କରିଥିବା ଅନୁମାନ କରାଯାଉଛି । ୨୦୧୭ରେ ମଧ୍ୟ ପ୍ରଶାନ୍ତ କିଶୋର ପଞ୍ଜାବରେ କଂଗ୍ରେସ ପାଇଁ କାମ କରିଥିଲେ । ସେତେବେଳେ କଂଗ୍ରେସ ୧୭୭ ଆସନରୁ ୭୭ଟି ଆସନରେ ବିଜୟ ଲାଭ କରିଥିଲା ।

ରାଜନୀତିର ଚାଣକ୍ୟ

  • ୨୦୧୮ରେ ପ୍ରଶାନ୍ତ କିଶୋର ଜେଡିୟୁରେ ଯୋଗ ଦେଇଥିଲେ
  • ୨୯ ଜାନୁଆରୀ ୨୦୨୦ରେ ସେ ଦଳରୁ ବହିଷ୍କାର ହୋଇଥିଲେ
  • ରାଜନୀତିରେ ଯୋଗ ଦେବା ପୂର୍ବରୁ ପ୍ରଶାନ୍ତ ଜାତିସଂଘ ପାଇଁ ପ୍ରାୟ ୮ବର୍ଷ କାମ କରିଛନ୍ତି
  • ନିର୍ବାଚନୀ ରଣନୀତିକାର ଭାବେ ପ୍ରଶାନ୍ତ କିଶୋର ବିଜେପି, କଂଗ୍ରେସ, ଆପ, ୱାଇଏସଆର କଂଗ୍ରେସ ଏବଂ ଡିଏମକେ ପାଇଁ କାମ କରିଛନ୍ତି
  • ୨୦୧୧ରେ ନରେନ୍ଦ୍ର ମୋଦିଙ୍କ ପାଇଁ କ୍ୟାମ୍ପେନ କରିଥିଲେ ପ୍ରଶାନ୍ତ କିଶୋର । ଯାହା ଫଳରେ ତୃତୀୟ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ବନିଥିଲେ ମୋଦି
  • ୨୦୧୪ରେ ମୋଦି ଜିତିବା ପଛରେ ପ୍ରଶାନ୍ତଙ୍କ ରଣନୀତି ରହିଥିଲା
  • ୨୦୧୫ ବିହାର ନିର୍ବାଚନ ସମୟରେ ନିତିଶଙ୍କୁ ଜିତାଇବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ
  • ୨୦୧୭ରେ ପଞ୍ଜାବ ନିର୍ବାଚନରେ ଅମରିନ୍ଦରଙ୍କ ଜିତିବାରେ ମଧ୍ୟ କାମ କରିଥିଲା ପ୍ରଶାନ୍ତଙ୍କ ରଣନୀତି
  • ୨୦୧୭ ଉତ୍ତରପ୍ରଦେଶ ନିର୍ବାଚନରେ କଂଗ୍ରେସ ପାଇଁ କାମ କରୁଥିବା ପ୍ରଶାନ୍ତଙ୍କ ରଣନୀତି ଫେଲ ମାରିଥିଲା ।
  • ବିଜେପି ଏଠାରେ ବିଜୟ ଲାଭ କରିଥିଲା । ୩୦୦ରୁ ଅଧିକ ଆସନରେ ଜିତିଥିଲା ବିଜେପି
  • ୨୦୧୯ ଆନ୍ଧ୍ରରେ ଜଗନମୋହନ ରେଡିଙ୍କ ପାଇଁ ରଣନୀତି ବନାଇଥିଲେ ପ୍ରଶାନ୍ତ କିଶୋର । ଆଉ ଫଳାଫଳ ଯାଇଥିଲା ଜଗମୋହନଙ୍କ ସପକ୍ଷରେ ଆସିଥିଲା
  • ୨୦୨୦ ଦିଲ୍ଲୀରେ ଆପ ପାଇଁ ରଣନୀତି ବନାଇଥିଲେ ପ୍ରଶାନ୍ତ କିଶୋର