କନକ ବ୍ୟୁରୋ : କୋର୍ଟରେ ଆତ୍ମସର୍ମପଣ କଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଦୀର୍ଘ ଏକ ମାସ ଧରି ଫେରାର ଥିଲେ ବିଧାୟକ ପ୍ରଶାନ୍ତ ଜଗଦେବ । ବାଲୁଗାଁ ଏନଏସି ଅଫିସରେ ବିଜେପି ନେତାଙ୍କୁ ମାଡ ମାରିବା ଦୃଶ୍ୟ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ବିଜେଡି ସୁପ୍ରିମୋ । ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା ।

Advertisment

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷରୁ ମଧ୍ୟ ହଟାଯାଇଛି । ମାଡ ମାରିବା ନେଇ ପ୍ରଶାନ୍ତଙ୍କ ବିରୋଧରେ  ଥାନାରେ ଅଭିଯୋଗ ବି ହୋଇଥିଲା । । ସେବେଠୁ ବିଧାୟକଙ୍କୁ ଧରିବା ନେଇ ପୋଲିସ ଚାଲିଆଡେ ଚଢାଉ ଜାରି ରଖିଥିଲା । ଏହି ଘଟଣା ପରଠୁ ଫେରାର ଥିଲେ ବିଧାୟକ । ଏପିରିକି ପ୍ରଶାନ୍ତଙ୍କ ଆଗୁଆ ଆଗୁଆ ଜାମିନ ଆବେଦନ ଖାରଜ ହୋଇଯାଇଥିଲା ।

ତେବେ ପ୍ରଶାନ୍ତଙ୍କ ନାଁରେ କ'ଣ ଥିଲା ଅଭିଯୋଗ ?

- ଗତ ମାସ ୮ ତାରିଖରେ ବାଲୁଗାଁରେ ବିଜେପି ନେତାଙ୍କୁ ମାଡ ମାରିଥିଲେ ପ୍ରଶାନ୍ତ ଜଗଦେବ

- ବାଲୁଗାଁ ଏନଏସିରେ ଆବାସ ଓ ରାସନକାର୍ଡ ବଂଟନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆକ୍ରମଣ

- ପ୍ରଶାନ୍ତଙ୍କ ନାଁରେ ବିଜେପିର ପ୍ରତିବାଦ ସହ ଥାନାରେ ଏତଲା ସହ ଗିରଫ ଦାବି

- ସେହିଦିନ ରାତିରେ ବିଜେଡିରୁ ନିଲମ୍ବିତ ହୋଇଥିଲେ ପ୍ରଶାନ୍ତ ଜଗଦେବ

- ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରୁ ମଧ୍ୟ ହଟାଯାଇଥିଲା

- ପ୍ରଶାନ୍ତଙ୍କୁ ଧରିବା ପାଇଁ ପୁଲିସ ବାସଭବନ ଓ ଅନ୍ୟ ସ୍ଥାନରେ ଚଢାଉ କରିଥିଲା

- ହାଇକୋର୍ଟରେ ପ୍ରଶାନ୍ତଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଥିଲା

- ବେଗୁନିଆ ପରେ ଚିଲିକାରୁ ବିଧାୟକ ହୋଇଛନ୍ତି ପ୍ରଶାନ୍ତ ଜଗଦେବ