ପ୍ରଶାନ୍ତ ଦଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ: ଜାମିନ ଖାରଜ କଲେ କୋର୍ଟ

93

କନକ ବ୍ୟୁରୋ: ଚିଲିକା ବିଧାୟକ ପ୍ରଶାନ୍ତ ଦଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ । ପ୍ରଶାନ୍ତଙ୍କ ଜାମିନ ଖାରଜ କଲେ କୋର୍ଟ । ବିଧାୟକଙ୍କ ମେଡିକାଲ ପରୀକ୍ଷା ପାଇଁ କରାଗଲା ଆବେଦନ । ଆଜି ତଳକୋର୍ଟରେ ଆତ୍ମସମର୍ପଣ କରିଥିଲେ ପ୍ରଶାନ୍ତ । ହାଇକୋର୍ଟର ନିର୍ଦ୍ଦେଶ କ୍ରମେ କରିଥିଲେ ଆତ୍ମସମର୍ପଣ । ତାଙ୍କ ଉପରେ ଲାଗିଛି ଏସସିଏସଟି ଆଇନ ଓ ଅପରାଧର ସଙ୍ଗୀନ ଦଫା ।

ଦୀର୍ଘ ଏକ ମାସ ଧରି ଫେରାର ଥିଲେ ବିଧାୟକ । ବାଲୁଗାଁ ଏନଏସି ଅଫିସରେ ବିଜେପି ନେତାଙ୍କୁ ମାଡ ମାରିବା ଦୃଶ୍ୟ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ବିଜେଡି ସୁପ୍ରିମୋ । ଏବଂ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରୁ ମଧ୍ୟ ହଟାଯାଇଛି । ମାଡ ମାରିବା ନେଇ ପ୍ରଶାନ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ ବି ହୋଇଥିଲା । ସେବେଠାରୁ ବିଧାୟକଙ୍କୁ ଧରିବା ନେଇ ପୋଲିସ ଚାଲିଆଡେ ଚଢାଉ ଜାରି ରଖିଥିଲା । ଏହି ଘଟଣା ପରଠୁ ଫେରାର ଥିଲେ ବିଧାୟକ । ଏପିରିକି ପ୍ରଶାନ୍ତଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଯାଇଥିଲା