ବିଧାୟକଙ୍କୁ ମହଙ୍ଗା ପଡିଲା ଦବଙ୍ଗଗିରି: ବିଜେଡିରୁ ନିଲମ୍ବିତ ହେଲେ ପ୍ରଶାନ୍ତ ଜଗଦ୍ଦେବ

712

କନକ ବ୍ୟୁରୋ: ବିଜେଡିରୁ ନିଲମ୍ବିତ ହେଲେ ପ୍ରଶାନ୍ତ ଜଗଦ୍ଦେବ । ଦଳରୁ ପ୍ରଶାନ୍ତଙ୍କୁ ନିଲମ୍ବିତ କଲେ ବିଜେଡି ସୁପ୍ରିମୋ । ବିଜେପି କର୍ମୀଙ୍କୁ ମାଡ ମାରିବା ଘଟଣାରେ ନିଲମ୍ବନ ହେଲେ ଚିଲିକା ବିଧାୟକ ।

ଆଜି ସାମ୍ନାକୁ ଆସିଥିଲା ଚିଲିକା ବିଧାୟକଙ୍କ ଦାଦାଗିରିର ଦୃଶ୍ୟ । ବିଜେପି କର୍ମୀଙ୍କୁ ବିଧାୟକ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ବାଲୁଗାଁ ନଗର ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲ।। ଆକ୍ରମଣ ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା ।

ବାଲୁଗାଁ ଏନଏସସିରେ ସରକାରୀ କାର୍ଯ୍ୟ ବେଳେ ଏଭଳି ଘଟଣା ଘଟିଥିଲା । ବିଜେପି ପକ୍ଷରୁ କାର୍ଯ୍ୟକ୍ରମକୁ ବିରୋଧ ବେଳେ ମାଡ ମାରଥିିଲେ ବିଧାୟକ । ଘଟଣା ବେଳେ ସୁଟିଂ କରୁଥିବା ସାମ୍ବାଦିକଙ୍କୁ ବି ଆକ୍ରମଣ ଅଭିଯୋଗ ହେଇଥିଲା ।