କନକବ୍ୟୁରୋ:ଇଭିଏମ ଭଙ୍ଗାରୁଜା ମାମଲାରେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲାନି ଆଶ୍ୱସ୍ତି । ପ୍ରଶାନ୍ତଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଖୋର୍ଦ୍ଧା ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ । ପ୍ରଶାନ୍ତଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ ପୀତାମ୍ବର ଆଚାର୍ଯ୍ୟଙ୍କ ସମେତ ୪୦ ଜଣ ଆଇନଜୀବୀ । କିନ୍ତୁ କୋର୍ଟ କହିଛନ୍ତି ସେଥିପାଇଁ କୋର୍ଟ ତାଙ୍କ ଜାମିନକୁ ନାମଞ୍ଜୁର କରିଥିବା କହିଛନ୍ତି ।

ପ୍ରଶାନ୍ତ ଜଗଦ୍ଦେବ ଜେଲରେ ଅସୁସ୍ଥ ହୋଇପଡ଼ିବା ପରେ ଏବେ ଏସସିବି ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି ବେଗୁନିଆ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୪୪ ନଂ ବୁଥରେ ଗଣ୍ଡଗୋଳ, ମାରପିଟ ଓ ଇଭିଏମ ଭଙ୍ଗାରୁଜା ଅଭିଯୋଗରେ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରିଛି ପୋଲିସ । କିନ୍ତୁ ଏହା ପଛରେ ଷଡଯନ୍ତ୍ର ଥିବା ଅଭିଯୋଗ ହୋଇଛି । ପୋଲିସ ପ୍ରଶାନ୍ତଙ୍କ ସହ ଅପରାଧୀ ଭଳି ବ୍ୟବହାର କରିଥିିିବା କହିଛନ୍ତି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ।ସେହିପରି ଜଗଦ୍ଦେବ ଇଭିଏମ୍ ଭାଙ୍ଗିନଥିବା ଦାବି କରି ନିକଟରେ ସିସିଟିଭି ଫୁଟେଜ ମଧ୍ୟ ଜାରି କରିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ ।ଜାମିନ ଆବେଦନ ଖାରଜ ପରେ ବଢ଼ିଛି ପ୍ରଶାନ୍ତ ଜଗଦ୍ଦେବଙ୍କ ଅଡୁଆ । ସୁସ୍ଥ ହେବା ପରେ ଜେଲ୍ ଯିବାକୁ ପଡ଼ିବ । ସେପଟେ ପ୍ରଶାନ୍ତଙ୍କୁ ନିର୍ଦ୍ଦୋଶ ପ୍ରମାଣ କରିବାକୁ ବିଜେପି ସବୁ ଜୋର ଲଗାଇ ଦେଇଛି ।