କନକ ବ୍ୟୁରୋ : ଭୁବନେଶ୍ୱର କୋର୍ଟରେ ପ୍ରଶାନ୍ତ ଜଗଦ୍ଦେବ । ଭୁବନେଶ୍ୱର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଜର କରିଛି ପୋଲିସ । ସ୍ୱତନ୍ତ୍ର ପୋଲିସ ଟିମର ତତ୍ୱାବଧାନରେ କୋର୍ଟରେ ପହଞ୍ଚିଲେ ବିଧାୟକ । ଜିଲ୍ଲା ଦୌରାଜଜ କୋର୍ଟ ପରିସରରେ ଏନେଇ କଡା ସୁରକ୍ଷା ବ୍ୟବସ୍ଥା ରହିଛି । କୋର୍ଟରେ ତାଙ୍କ ପକ୍ଷ ରଖିପାରନ୍ତି ବିଧାୟକ । ତେବେ ଶୁଣାଣି ପ୍ରକ୍ରିୟା ପରେ ଜେଲ ଯିବେ ବାହୁବଳୀ ବିଧାୟକ
ପ୍ରଶାନ୍ତଙ୍କୁ କଡା ସୁରକ୍ଷା ଭିତରେ ଭୁବନେଶ୍ୱରର ଘରୋଇ ଡାକ୍ତରଖାନାରୁ କୋର୍ଟକୁ ନେଇଛନ୍ତି ପୁଲିସର ଏକ ସ୍ୱତନ୍ତ୍ର ଟିମ୍ । ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ, ଖୋର୍ଦ୍ଧା ସଦର ଏସଡିପିଓ ସୁଶୀଲ କୁମାର ମିଶ୍ର, ଟାଙ୍ଗୀ ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ, ଖୋର୍ଦ୍ଧା ଅତିରିକ୍ତ ଏସପି ସୁରେଶ ଦାସ ଡାକ୍ତରଖାନାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ କୋର୍ଟକୁ ନେଇଛନ୍ତି ।