କନକ ବ୍ୟୁରୋ : ‘ମୋ ସରକାର’ ନାରା ଦେଉଥିବା ଶାସକ ଦଳ ବିଜେଡି କାହିଁକି ଏକ ନିର୍ଦ୍ଦିଷ୍ଟ ଘରୋଇ କମ୍ପାନୀକୁ ଫାଇଦା ଦେବା ପାଇଁ ୬ହଜାର ପରିବାରର ୩୦ହଜାର ଲୋକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଲା । ଆଜି ପୁରୀରେ ଆୟୋଜିତ ବିଶାଳ ଚାଷୀଙ୍କ ବିଜୟ ସମାବେଶରେ ଏଭଳି ପ୍ରଶ୍ନ କରି ରାଜ୍ୟ ସରକାରଙ୍କୁ ଘେରିଛି ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି । କମିଟି କହିଛି, ଭୂମି ଅଧିଗ୍ରହଣ ଆଇନ ୧୯୮୪ ଏବଂ ଭୂମି ଅଧିଗ୍ରହଣ ଆଇନ୍ ୧୯୬୩କୁ ଅବମାନନା କରି ଗରିବ ଓ ଜଗନ୍ନାଥ ମହାପ୍ରଭୁଙ୍କ ୭ହଜାର ଏକର ଚାଷ ଜମି ଅଧିଗ୍ରହଣ କରାଗଲା । ସେହିଭଳି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେତେ ଜମି ଆବଶ୍ୟକ, ଯାହା ଯାଂଚ ନକରି ୧୫ହଜାର ଏକର ଜମି ଯୋଗାଇ ଦେବାକୁ କାହିଁକି କମ୍ପାନୀ ସହିତ ରାଜ୍ୟ ସରକାର ଚୁକ୍ତି କରିଥିଲେ ବୋଲି କମିଟି ପ୍ରଶ୍ନ କରିଛି ।

Advertisment

ସେହିଭଳି ବେଦାନ୍ତକୁ ଅହେତୁକ ଅନୁକମ୍ପା ଦେଖାଇ ସରକାରଙ୍କ ତରଫରୁ ଜମି ଦେବାକୁ ନେଇ ନର୍ମଦା ବଞ୍ଚାଅ ଆନ୍ଦୋଳନର ମୁଖ୍ୟ ତଥା ସମାଜସେବୀ ମେଧାପାଟେକର ରାଜ୍ୟସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।