କନକ ବ୍ୟୁରୋ : ଭୁବନେଶ୍ୱର ସାଂସଦଙ୍କ ଟୁଇଟ୍ ଉପରେ ଜବାବ ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ । ଏସଏଚଜି ମାଧ୍ୟମରେ ସମାଜରେ ଅବହେଳିତ ହୋଇ ରହିଥିବା ମାଆ ମାନଙ୍କର ଉଥାନ ହୋଇଛି । ସାମାଜିକ, ମାନସିକ, ଅର୍ଥନୈତିକ ସ୍ତରରେ ମହିଳାଙ୍କ ହୋଇଥିବା ବିକାଶକୁ ଅନ୍ୟମାନେ ସହି ପାରୁନାହାଁନ୍ତି ।

Advertisment

ସେପଟେ, ସାଂସଦ ଅପରାଜିତା ଷଡଙ୍ଗୀ ଟ୍ୱିଟ କରି ଏକ ଭିଡିଓ ସହ ବିଜେଡି ସାଂଗଠନିକ ସମ୍ପାଦକଙ୍କ ସହ ଫାଇଭ ଟି ସଚିବଙ୍କ ଫଟୋ ସେୟାର କରିଛନ୍ତି । ଅପରାଜିତା କହିଛନ୍ତି, ବିଜୁ ଜନତା ଦଳର ବୈଠକରେ ସରକାରୀ କର୍ମଚାରୀ ଭାଷଣ ଦେଉଛନ୍ତି । ଭିଡିଓରେ ଏସଏଚଜି ମହିଳା ଶପଥ ନେଉଥିବାର ଦେଖିବାକୁ ମିିଳିଛି । ଆଉ ଉପସ୍ଥିତ ଅଛନ୍ତି ବିଜେଡି ବିଧାୟକ ।

ଅପରାଜିତା କହିଛନ୍ତି, ଏସଏଚଜି ମାଷ୍ଟର ବୁକ କିଭଳି ବିଜେଡି ବିଧାୟକଙ୍କ ନିର୍ଦ୍ଦେଶ ମାନିବାକୁ ଶପଥ ନେଉଛନ୍ତି । ଏସଏଚଜି ଗୋଷ୍ଠୀ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି । ଏପରି ସ୍ଥିତିରେ ସରକାରୀ ଦରମା ନେଉଥିଲା ବେଳେ କିଭଳି ବିଜେଡି ବିଧାୟକଙ୍କ ଶପଥ ନେଉଛନ୍ତି । ସେ କହିଛନ୍ତି, ଓଡିଶାର ଶାସନ ବ୍ୟବସ୍ଥା ଏବେ ହାସ୍ୟାସ୍ପଦ ଲାଗୁଛି । କିଛି ସରକାରୀ କର୍ମଚାରୀ ରାଜନୈତିକ କାର୍ଯ୍ୟକ୍ରମକୁ ଆସୁଛନ୍ତି । ଏହା ଚିନ୍ତାଜନକ ବିଷୟ ।