ଖୋର୍ଦ୍ଧାରେ ବାଜି ମାରିଲା ବିଜେପି, ହାରିଲା ବିଜେଡି । ଖୋର୍ଦ୍ଧା ଆସନରୁ ବିଜୟୀ ହେଲେ ପ୍ରଶାନ୍ତ ଜଗଦ୍ଦେବ ।

703

କନକ ବ୍ୟୁରୋ: ଖୋର୍ଦ୍ଧାରେ ଜିତିଲା ବିଜେଡି । ବାଜି ମାରିଲେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ । ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ସାହୁଙ୍କୁ ପରାସ୍ତ କରି ଖୋର୍ଦ୍ଧାରେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବିଜୟୀ ହେଇଛନ୍ତି । ତେବେ ଚଳିତ ଥର ଖୋର୍ଦ୍ଧାରେ ରାଜନୀତି ଜୋର ଧରିଥିଲା । ଏଠାରେ ବିଜେଡି ଏବଂ ବିଜେପି ଉଭୟ ପ୍ରାର୍ଥୀ ପରିବର୍ତ୍ତନ କରିଥିଲେ । ବିଜେଡି ଏଠାରେ ବିଧାୟକ ଜିତୁ ମିତ୍ରଙ୍କ ଟିକେଟ୍ କାଟି ରାଜେନ୍ଦ୍ର ସାହୁଙ୍କୁ ପ୍ରାର୍ଥୀ କରିଥିଲା । ଅନ୍ୟପଟେ ବିଜେପି କାଳୁ ଖଣ୍ଡାୟତରାୟଙ୍କ ଟିକେଟ୍ କାଟି ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିଥିଲା । ଆଉ ଶେଷରେ ବିଜେପିର ଭରସାକୁ କାଏମ୍ ରଖି ବିଜୟୀ ହେଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ ।