ପଦ୍ମ ଧରିଲେ ପ୍ରଶାନ୍ତ ଜଗଦ୍ଦେବ । କହିଲେ, ବିଜେପିରେ ସାମିଲ ହୋଇ ଖୁସି ଅଛି, ଖୁବଶୀଘ୍ର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବାକୁ ଯାଉଛି ।

269

କନକ ବ୍ୟୁରୋ : ବିଜେପିରେ ସାମିଲ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେପି ସହପ୍ରଭାରୀ ଲତା ଉସେଣ୍ଡିଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପ୍ରଶାନ୍ତ । ଏହି ବିଜେପିରେ ସାମିଲ ହୋଇ ଅତ୍ୟନ୍ତ ଖୁସିଥିବା କହିଛନ୍ତି ପ୍ରଶାନ୍ତ । ଏହାସହ ଅପରାଜିତାଙ୍କୁ ପ୍ରଂଶସା ମଧ୍ୟ କରିଛନ୍ତି ପ୍ରଶାନ୍ତ ।

ବିଜେପିରେ ସାମିଲ ହୋଇ ପ୍ରଶାନ୍ତ କହିଛନ୍ତି, ବିଜେଡିରେ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ମାନ ଜଣାଉଥିଲି । ବାହାରେ କହି ପାରୁନଥିଲେ ମଧ୍ୟ ଅନ୍ତରରୁ ଏଭଳି ଜଣେ ପ୍ରଧାନମନ୍ତ୍ରୀଙ୍କର ଭାରତର ଆବଶ୍ୟକତା ରହିଛି ବୋଲି ଭାବୁଥିଲି । ମୋଦୀଙ୍କ କାର୍ଯ୍ୟଶୈଳୀ ମୋତେ ପ୍ରଭାବିତ କରିଛି । ଜଣେ ସୈନିକ ଭାବେ କାମ କରିବାକୁ ସୁଯୋଗ ମିଳିବ ଏହା ମୋତେ ଖୁସି ଦେଇଛି । ଡବଲ ଇଞ୍ଜିନ ସରକାର ଓଡ଼ିଶାରେ ହେବାକୁ ଯାଉଛି । ପୁରୁଣାଘରକୁ ଫେରିବା ଭଳି ଲାଗୁଛି । ସମସ୍ତେ ଏଠାରେ ମୋର ପୁରୁଣା ସାଥୀ । ସମସ୍ତଙ୍କୁ ସାଥୀରେ ନେଇ ପୁଣିଥରେ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ କରିବାକୁ ଲକ୍ଷ୍ୟ ରଖିଛୁ ।