କନକ ବ୍ୟୁରୋ : ପ୍ରଶାନ୍ତ ଜଗଦ୍ଦେବ ଗିରଫ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଛି ପୋଲିସ । କୋର୍ଟରେ ହାଜର କରାଯିବା ପରେ ଜେଲ୍ ଯିବେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ପ୍ରଶାନ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବ ପୋଲିସ ।
ତେବେ ବିଜେପି କର୍ମୀଙ୍କ ଉପରେ ଗାଡ଼ି ମଡେଇ ଦେଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ଖୋର୍ଦ୍ଧା ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଘଟିଥିଲା ଏହି ଘଟଣା । ବିଧାୟକଙ୍କ ଗାଡି ଧକ୍କାରେ ଆହତ ହୋଇଥିଲେ ୨୫ ଜଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/03/39-6.jpg)