କଂଗ୍ରେସ ନେତୃତ୍ୱକୁ ନେଇ ପ୍ରଶାନ୍ତ କିଶୋରଙ୍କ ଟୁଇଟ୍ । କହିଲେ, ବିରୋଧୀ ଦଳର ନେତୃତ୍ୱ ନେବା କଂଗ୍ରେସର ଈଶ୍ୱରୀୟ ଅଧିକାର ନୁହେଁ।

100

କନକ ବ୍ୟୁରୋ: ଦେଶର ରାଜନୀତିରେ ବିରୋଧୀଙ୍କ ନେତୃତ୍ୱକୁ ନେଇ ଲଗାତାର ପ୍ରଶ୍ନ ଉଠିବାରେ ଲାଗିଛି । ଏହି ରାଜନୈତିକ ଯୁଦ୍ଧରେ କଂଗ୍ରେସ ନିଜକୁ ସବୁଠାରୁ ବଡ ଦଳ କହି ନେତୃତ୍ୱ ନେବାର ଦାବି କରୁଥିବାବେଳେ ଟିଏମସି ବା ତୃଣମୂଳ କଂଗ୍ରେସ କିନ୍ତୁ ଏହାକୁ ମାନିବାକୁ ନାରାଜ । ବର୍ତ୍ତମାନ ଏହି ଘଟଣାରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ପ୍ରଶାନ୍ତ ଆଜି ବିରୋଧୀ ଦଳର ନେତୃତ୍ୱକୁ ନେଇ କଂଗ୍ରେସ କରୁଥିବା ଦାବିକୁ କଡା ଟାର୍ଗେଟ କରିଛନ୍ତି । କଂଗ୍ରେସ ନେତୃତ୍ୱ ଉପରେ ସିଧାସଳଖ ଆକ୍ରମଣ କରି ପ୍ରଶାନ୍ତ କିଶୋର କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ କଂଗ୍ରେସ ୯୦% ନିର୍ବାଚନରେ ​​ହାରିଛି। ଏଭଳି ପରିସ୍ଥିତିରେ ବିରୋଧୀଙ୍କ ନେତୃତ୍ୱ କଂଗ୍ରେସର ଈଶ୍ୱରୀୟ ଅଧିକାର ହୋଇପାରିବ ନାହିଁ।

ପ୍ରଶାନ୍ତ କିଶୋର ଟ୍ୱିଟ୍ କରି କହିଛନ୍ତି ଯେ ଏକ ଦୃଢ ବିରୋଧୀ ଦଳ ପାଇଁ କଂଗ୍ରେସ ଯେଉଁ ବିଚାରର ପ୍ରତିନିଧିତ୍ବ କରୁଛି ତାହା ଗୁରୁତ୍ୱପୂର୍ଣ୍ଣ | କିନ୍ତୁ ବିରୋଧୀ ଦଳର ନେତୃତ୍ୱ ନେବା କଂଗ୍ରେସର ଈଶ୍ୱରୀୟ ଅଧିକାର ନୁହେଁ। ଗତ ଦଶ ବର୍ଷ ମଧ୍ୟରେ ଦଳ ୯୦% ନିର୍ବାଚନରେ ​​ହାରିଯାଇଛି ।