କନକ ବ୍ୟୁରୋ: ଦେଶର ରାଜନୀତିରେ ବିରୋଧୀଙ୍କ ନେତୃତ୍ୱକୁ ନେଇ ଲଗାତାର ପ୍ରଶ୍ନ ଉଠିବାରେ ଲାଗିଛି । ଏହି ରାଜନୈତିକ ଯୁଦ୍ଧରେ କଂଗ୍ରେସ ନିଜକୁ ସବୁଠାରୁ ବଡ ଦଳ କହି ନେତୃତ୍ୱ ନେବାର ଦାବି କରୁଥିବାବେଳେ ଟିଏମସି ବା ତୃଣମୂଳ କଂଗ୍ରେସ କିନ୍ତୁ ଏହାକୁ ମାନିବାକୁ ନାରାଜ । ବର୍ତ୍ତମାନ ଏହି ଘଟଣାରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ପ୍ରଶାନ୍ତ ଆଜି ବିରୋଧୀ ଦଳର ନେତୃତ୍ୱକୁ ନେଇ କଂଗ୍ରେସ କରୁଥିବା ଦାବିକୁ କଡା ଟାର୍ଗେଟ କରିଛନ୍ତି । କଂଗ୍ରେସ ନେତୃତ୍ୱ ଉପରେ ସିଧାସଳଖ ଆକ୍ରମଣ କରି ପ୍ରଶାନ୍ତ କିଶୋର କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ କଂଗ୍ରେସ ୯୦% ନିର୍ବାଚନରେ ​​ହାରିଛି। ଏଭଳି ପରିସ୍ଥିତିରେ ବିରୋଧୀଙ୍କ ନେତୃତ୍ୱ କଂଗ୍ରେସର ଈଶ୍ୱରୀୟ ଅଧିକାର ହୋଇପାରିବ ନାହିଁ।
ପ୍ରଶାନ୍ତ କିଶୋର ଟ୍ୱିଟ୍ କରି କହିଛନ୍ତି ଯେ ଏକ ଦୃଢ ବିରୋଧୀ ଦଳ ପାଇଁ କଂଗ୍ରେସ ଯେଉଁ ବିଚାରର ପ୍ରତିନିଧିତ୍ବ କରୁଛି ତାହା ଗୁରୁତ୍ୱପୂର୍ଣ୍ଣ | କିନ୍ତୁ ବିରୋଧୀ ଦଳର ନେତୃତ୍ୱ ନେବା କଂଗ୍ରେସର ଈଶ୍ୱରୀୟ ଅଧିକାର ନୁହେଁ। ଗତ ଦଶ ବର୍ଷ ମଧ୍ୟରେ ଦଳ ୯୦% ନିର୍ବାଚନରେ ​​ହାରିଯାଇଛି ।
The IDEA and SPACE that #Congress represents is vital for a strong opposition. But Congress’ leadership is not the DIVINE RIGHT of an individual especially, when the party has lost more than 90% elections in last 10 years.
Let opposition leadership be decided Democratically.
— Prashant Kishor (@PrashantKishor) December 2, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2018/09/720575-prashant-kishor-zee.jpg)