ବିଜେପିରେ ଯୋଗ ଦେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଅପରାହ୍ନରେ ଧରିବେ ପଦ୍ମ, ବାଣପୁରରେ ଲୋକଙ୍କ ଉପରେ ଗାଡି ଚଢାଇ ହୋଇଥିଲେ ବିବାଦୀୟ ।

319

କନକ ବ୍ୟୁରୋ : ବିଜେପିରେ ଯୋଗଦେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବିଜେପି ଦଳୀୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିବେ ପ୍ରଶାନ୍ତ । ଏନେଇ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ପ୍ରଶାନ୍ତ ।

ବିଜେପି କର୍ମୀଙ୍କୁ ମାଡ ମାରି ପୂର୍ବରୁ ବିଜେଡିରୁ ନିଲମ୍ବିତ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ସେହିଭଳି ବାଣପୁରରେ ଲୋକଙ୍କ ଉପରେ ଗାଡି ଚଢାଇଦେବା ଘଟଣା ପରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ପ୍ରଶାନ୍ତ । ସେତେବେଳେ ପ୍ରଶାନ୍ତଙ୍କ ଗାଡି ଚଢା ଘଟଣାକୁ ନେଇ ପୂରା ଦେଶରେ ଚର୍ଚ୍ଚା ହୋଇଥିଲା । ନିଜର ଦବଙ୍ଗଗିରି ପାଇଁ ବିବାଦୀୟ ହୋଇଥିବା ପ୍ରଶାନ୍ତ ଦୀର୍ଘଦିନ ଧରି ଚିଲିକା ରାଜନୀତିରୁ ଦୂରେଇ ରହିଥିବା ବେଳେ ବିଜେପିରେ ମିଶିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା । ଏବେ ଏନେଇ ସ୍ପଷ୍ଟ ସଂକେତ ମିଳିଛି । ଆଜି ଅପରାହ୍ନରେ ବିଜେପିରେ ସାମିଲ ହେବେ ପ୍ରଶାନ୍ତ ଜଗଦ୍ଦେବ । ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ଉପସ୍ଥିତିରେ ପଦ୍ମ ଧରିବେ ପ୍ରଶାନ୍ତ ।