ନବୀନ ନିବାସରେ ପ୍ରସନ୍ନ ପାଟ୍ଟଶାଣୀ ଓ ପ୍ରସନ୍ନ ଆଚାର୍ଯ୍ୟ! ଦୁହିଁଙ୍କୁ କେଉଁଠୁ ମିଳିବ ଟିକେଟ୍?

1,701

କନକ ବ୍ୟୁରୋ: ନବୀନ ନିବାସରେ ପ୍ରସନ୍ନ ପାଟ୍ଟାଶାଣୀ । ଚିଲିକା ନିର୍ବାଚନ ମଣ୍ଡଳୀରୁ ଟିକେଟ ମିଳିବା ନେଇ ଚର୍ଚ୍ଚା ଭିତରେ ନବୀନ ନିବାସରେ ପହଂଚିଥିଲେ ପ୍ରସନ୍ନ ପାଟ୍ଟଶାଣୀ । ନବୀନ ନିବାସରେ ଫାଇଭ-ଟି ଅଧ୍ୟକ୍ଷ ଓ ସଙ୍ଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ମଧ୍ୟ ଉପସ୍ଥିତ ଥିବାରୁ ଉଭୟଙ୍କ ସହ ଗୁରୁତ୍ୱୂପର୍ଣ୍ଣ ଆଲୋଚନା ହୋଇଥିବା ସୂଚନା ମିଳିଛି । ନବୀନ ନିବାସରୁ ବାହାରିବା ପରେ ପ୍ରତିକ୍ର୍ରିୟା ରଖି ଟିକେଟ ପାଇଁ ଆଶାୟୀ ଥିବା କହିଛନ୍ତି । ଚିଲିକା ତାଙ୍କ ଗାଁ ହୋଇଥିବାରୁ ଆଶା ରହିବନି କେମିତି ବୋଲି କହିଛନ୍ତି । ଏବେ କିଛି ଫାଇନାଲ ହୋଇନି, ଆଲୋଚନା ଚାଲିଥିବା କହିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । ଟିକେଟକୁ ନେଇ ଅସନ୍ତୁଷ୍ଟ ଥିଲେ ପ୍ରସନ୍ନ ।

ସେହିପରି ଦୀର୍ଘ ଦିନ ପରେ ନବୀନ ନିବାସରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦେଖିବାକୁ ମିଳିଛି । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଆଜି ନବୀନ ନିବାସ ଆସିଛନ୍ତି । ପ୍ରସନ୍ନ ଆଚାର୍ଯ୍ୟ ରେଢ଼ାଖୋଲରୁ ଟିକେଟ ଆଶାୟୀ ଥିବା ଚର୍ଚ୍ଚା ହେଉଛି । ୨୦୧୯ରେ ବରଗଡ଼ରୁ ବିଜେଡି ଲୋକସଭା ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ ପ୍ରସନ୍ନ । ସୁରେଶ ପୂଜାରୀଙ୍କ ଠାରୁ ନିର୍ବାଚନ ହାରିଥିଲେ ପ୍ରସନ୍ନ ।