ଚର୍ଚ୍ଚାରେ ବିଜେଡି ନେତା ପ୍ରସନ୍ନ ପାଟ୍ଟଣାଣୀଙ୍କ ବୟାନ। କହିଲେ ନିର୍ବାଚନ ଲଢ଼ିବାକୁ ସାମର୍ଥ୍ୟ ଅଛି, କାହିଁକି ଲଢ଼ିବିନି?

ଚର୍ଚ୍ଚାରେ ବିଜେଡି ନେତା ପ୍ରସନ୍ନ ପାଟ୍ଟଣାଣୀଙ୍କ ବୟାନ। କହିଲେ ନିର୍ବାଚନ ଲଢ଼ିବାକୁ ସାମର୍ଥ୍ୟ ଅଛି, କାହିଁକି ଲଢ଼ିବିନି?

କନକ ବ୍ୟୁରୋ: ଚର୍ଚ୍ଚାରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ବୟାନ । ପ୍ରସନ୍ନ କହିଛନ୍ତି, ମୁହଁ ଖୋଲିଲେ ଟିକେଟ୍ କଟିଯିବ । ଶଙ୍ଖଭବନରେ ଦଳୀୟ ବୈଠକ ଚାଲିଥିବା ବେଳେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ନିର୍ବାଚନର ଲଢ଼ିବା ପାଇଁ ମୋର ବୟସ ଓ ସାମର୍ଥ୍ୟ ଅଛି । ଯଦି ଦଳ ଚାହେଁ, ମୁଁ ନିଶ୍ଚୟ ଲଢ଼ିବି । ତେବେ ସେ କେଉଁଠି ଲଢ଼ିବେ ବୋଲି ପ୍ରଶ୍ନ କରିବାରୁ ଜବାବରେ ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି, ମୁଁ କହିଦେଲେ ମୋ ଟିକେଟ୍ କଟିଯିବ ।

ଶଙ୍ଖଭବନରେ ଆଜି ଖୋର୍ଦ୍ଧା-ଭୁବନେଶ୍ୱର ଜିଲ୍ଲାର ପରିବର୍ଦ୍ଧିତ ସାଙ୍ଗଠନିକ ବୈଠକ ବସିଥିଲା । ଏଥିରେ ଦଳୀୟ ନେତାଙ୍କ ଉପସ୍ଥିତିରେ ନିର୍ବାଚନକୁ ଦୃଷ୍ଟିରେ ରଖି ଆଲୋଚନା ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe