କନକ ବ୍ୟୁରୋ: ଚର୍ଚ୍ଚାରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ବୟାନ । ପ୍ରସନ୍ନ କହିଛନ୍ତି, ମୁହଁ ଖୋଲିଲେ ଟିକେଟ୍ କଟିଯିବ । ଶଙ୍ଖଭବନରେ ଦଳୀୟ ବୈଠକ ଚାଲିଥିବା ବେଳେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ନିର୍ବାଚନର ଲଢ଼ିବା ପାଇଁ ମୋର ବୟସ ଓ ସାମର୍ଥ୍ୟ ଅଛି । ଯଦି ଦଳ ଚାହେଁ, ମୁଁ ନିଶ୍ଚୟ ଲଢ଼ିବି । ତେବେ ସେ କେଉଁଠି ଲଢ଼ିବେ ବୋଲି ପ୍ରଶ୍ନ କରିବାରୁ ଜବାବରେ ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି, ମୁଁ କହିଦେଲେ ମୋ ଟିକେଟ୍ କଟିଯିବ ।
ଶଙ୍ଖଭବନରେ ଆଜି ଖୋର୍ଦ୍ଧା-ଭୁବନେଶ୍ୱର ଜିଲ୍ଲାର ପରିବର୍ଦ୍ଧିତ ସାଙ୍ଗଠନିକ ବୈଠକ ବସିଥିଲା । ଏଥିରେ ଦଳୀୟ ନେତାଙ୍କ ଉପସ୍ଥିତିରେ ନିର୍ବାଚନକୁ ଦୃଷ୍ଟିରେ ରଖି ଆଲୋଚନା ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/6_00000-3.jpg)