ଅପରାଜିତାଙ୍କୁ ନେଇ ପାଟି ଖୋଲିଲେ ପାଟ୍ଟଶାଣୀ । କହିଲେ, ଜଗନ୍ନାଥ ଜିତାଉଛନ୍ତି, ଆମେ କିଏ?

590

କନକ ବ୍ୟୁରୋ : ଦିଲ୍ଲୀରେ ବିଜେପିରେ ଯୋଗ ଦେଇ ପ୍ରଶାସିକାରୁ ରାଜନୀତିକୁ ଏଣ୍ଟ୍ରି ମାରିଥିବା ଅପରାଜିତା ଷଡଙ୍ଗୀ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଆଉ ଅପରାଜିତାଙ୍କ ଭୁବନେଶ୍ୱର ଆଗମନ ସହ ଜୋର ଧରିଛି ରାଜନୈତିକ ଚର୍ଚ୍ଚା । ନୂଆ କରି ପଦ୍ମ ପୋଖରୀକୁ ଲମ୍ଫ ମାରିଥିବା ଅପରାଜିତା ୨୧୦୯ରେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରିବେ ବୋଲି ଆରମ୍ଭ ହୋଇଛି ଚର୍ଚ୍ଚା । ଆଉ ଏଭଳି ସମୀକରଣ ହେଲେ ଏବେ ଭୁବନେଶ୍ୱରରୁ ସାଂସଦ ଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କ ଅଡୁଆ ବଢିବ ବିଜେପିର ଅନ୍ଦରମହଲରେ ଶୁଣିବାକୁ ମିଳୁଛି ।

ତେବେ ବିଜେପିର ଏଭଳି ଆକଳନକୁ ହସରେ ବାଏଁ ବାଏଁ ଉଡାଇ ଦେଇଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । ଅପରାଜିତା ରାଜନୀତିକୁ ଆସିଲେ କିଛି ଅସୁବିଧା ହେବ ନାହିଁ ବରଂ ତାଙ୍କର ଅଶେଷ ସୁବିଧା ହେବ ବୋଲି କହିଛନ୍ତି ବାବା ପାଟ୍ଟଶାଣୀ । ଗଣତନ୍ତ୍ରରେ ସମସ୍ତଙ୍କର ଲଢିବାର ଅଧିକାର ରହିଛି । ଅପରାଜିତା ମଧ୍ୟ ଲଢିବେ । ଆଗରୁ ମଧ୍ୟ ଅନେକ ବଡ ବଡ ରାଜନେତା ମୋ ସହ ଲଢିଛନ୍ତି । ତେଣୁ ଅପରାଜିତାଙ୍କ ଲଢିବା ନେଇ ଏତେ ବିଚଳିତ ହେବାର କିଛି ନାହିଁ । କିନ୍ତୁ ଲୋକେ ଯାହା ଚାହିଁବେ ତାହା ହିଁ ହେବ । ଏହାଛଡା ପ୍ରତି ନିର୍ବାଚନରେ ମୋର ଭୋଟ ହାର ବଢି ଚାଲିଛି । କାରଣ ଲୋକଙ୍କ ପାଇଁ ତାଙ୍କ ଦଳ ଲଗାତାର କାମ କରି ଆସୁଛି ।

ଏହାଛଡା ଭୁବନେଶ୍ୱରରେ ଅପରାଜିତାଙ୍କ ଲୋକପ୍ରିୟତାକୁ ନେଇ ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି, ଜଣେ ପ୍ରଶାସିକା ଭାବେ ସେ ଭଲ କାମ କରିଛନ୍ତି । କିନ୍ତୁ ରାଜନେତା ଭାବେ ଆମେ ଯାହା ସୁପାରିଶ କରୁ ସେ ତାହା କରନ୍ତି । କିନ୍ତୁ ଆମେ କାମ କରି ଏହା କରିଛୁ ବୋଲି କହି ଡିଣ୍ଡିମ ପିଟୁନାହୁଁ ବୋଲି କହିଛନ୍ତି ପ୍ରସନ୍ନ ।

aparajita sarangiଆଉ ଏସବୁ ଭିତରେ ପରୋକ୍ଷରେ ବିଜେପିକୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି ପ୍ରସନ୍ନ ପାଟ୍ଟଶାଣୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା କୁହନ୍ତି ନାହିଁ ବରଂ କାମ କରନ୍ତି । ଏପରିକି ମୁୁଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁପ୍ରାଣିତ ବୋଲି କହିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । ଆମେ ତୃଣମୁଳ ସ୍ତରରେ ଲୋକଙ୍କ ସହ ଅଛୁ ଲୋକଙ୍କ ପାଇଁ କାମ କରିଛୁ । ତେଣୁ ଲୋକ ଯାହା ଚାହିଁବେ ସେଇଆ ହେବ । କାରଣ ଏହା ହେଉଛି ଲୋକଙ୍କ ଦଳ । ଆଉ ଶେଷରେ ଜଗନ୍ନାଥଙ୍କ ଶରଣରେ ପଶିଛନ୍ତି ପାଟ୍ଟଶାଣୀ । କହିଛନ୍ତି, ଜଗନ୍ନାଥ ଆମକୁ ଜିତାଉଛନ୍ତି । ଆମେ କିଏ, ମଣିଷ ତ ନିମିତ୍ତ ମାତ୍ର । ଏଭଳି କହି ଅପରାଜିତାଙ୍କ ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି ପ୍ରସନ୍ନ । ଅନ୍ୟପଟେ ଭୁବନେଶ୍ୱରରେ ଲଢିବା ପ୍ରସଙ୍ଗରେ ଅପରାଜିତା କହିଛନ୍ତି , ଦଳ ଯାହା ନିଷ୍ପତି ନେବ ତାହା ଶିରୋଧାର୍ଯ୍ୟ । ଯାହା କର୍ମୀଙ୍କୁ ଶଙ୍କାରେ ପକାଇଛି ।