କନକ ବ୍ୟୁରୋ : ଏଥର ବି ମିଳିଲାନି ରାଜ୍ୟସଭା ଟିକେଟ୍ । ଅନେକ ଆଶାୟୀ ଟିକେଟ୍ ପାଇବାରୁ ବଞ୍ଚିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟଶାଣୀ । ରାଜ୍ୟସଭା ଯିବା ନେଇ କେବେ ଆଶାୟୀ ନଥିବା କହିଛନ୍ତି ପ୍ରସନ୍ନ । ବରଂ ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟସଭା ପଠାଇବେ ବୋଲି କହିଥିଲେ ।

Advertisment

ରାଜ୍ୟସଭା ପାଇଁ ମୁଖ୍ୟମନ୍ତ୍ରୀ ଯାହାଙ୍କୁ ପ୍ରାର୍ଥୀ କରିଛନ୍ତି, ତାଙ୍କୁ ସେ ସମ୍ମାନ ଜଣାଇଛନ୍ତି । ରାଜ୍ୟସଭା ଟିକେଟ୍ କାହିଁକି ମିଳିଲାନି ପ୍ରଶ୍ନରେ ସେ କହିଛନ୍ତି, କାରଣଟା କାହିଁକି କହିବି । ମୁଁ ଦଳର ଜଣେ ବରିଷ୍ଠ ଉପସଭାପତି । ତେଣୁ ମୁଁ ମୋ ସ୍ୱାର୍ଥ ପାଇଁ କାହା ବିରୋଧରେ କହିବି ନାହିଁ ।