ଆସିଲା କୁବେର କନେଷ୍ଟବଳଙ୍କ ସମ୍ପତ୍ତି ତାଲିକା । ପ୍ରସନ୍ନ ବେହେରାଙ୍କ ସମ୍ପତ୍ତି ୬କୋଟି ୯୭ ଲକ୍ଷ ୧୫ ହଜାର

205

କନକ ବ୍ୟୁରୋ : ଆସିଲା ଗିରଫ କୁବେର କନେଷ୍ଟବଳଙ୍କ ସମ୍ପତ୍ତି ତାଲିକା । ସମ୍ପତ୍ତି ତାଲିକାର ହିସାବ ଦେଲା ଭିଜିଲାନ୍ସ । ପ୍ରସନ୍ନ ବେହେରାଙ୍କ ସମ୍ପତ୍ତି ୬କୋଟି ୯୭ ଲକ୍ଷ ୧୫ ହଜାର । ପ୍ରସନ୍ନ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ମାମଲା ରୁଜୁ । ଆୟଠାରୁ ୨୨୧ ପ୍ରତିଶତ ଅଧିକ ସମ୍ପତ୍ତି ଠାବ । ପୂର୍ବରୁ କୁବେର କନେଷ୍ଟବଳଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ ।

ତେବେ ପୂର୍ବରୁ ପ୍ରସନ୍ନ ବେହେରାଙ୍କ ନାଁରେ ଅଭିଯୋଗ ଲମ୍ବିବା ପରେ ଭୋରୁ ଭୋରୁ ଆରମ୍ଭ ହୋଇ ଯାଇଥିଲା ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ହୋଇଥିଲା ଚଢାଉ । ପ୍ରସନ୍ନଙ୍କ ସରକାରୀ ବାସଭବନ , ଭୁବନେଶ୍ୱର ଡୁମୁଡୁମାରେ ଥିବା ସ୍ପାର୍କ ଫର୍ଣ୍ଣିଚର ଦୋକାନ, ଲିଙ୍ଗିପୁରସ୍ଥିତ ସ୍ପାର୍କ ଫର୍ଣ୍ଣିଚର ୱାର୍କସପ୍ , ପାତ୍ରପଡ଼ାର ସାଉଥ୍ ସିଟି ବାର ଓ ଖୋର୍ଦ୍ଧାରେ ଥିବା ଦୁଇ ମହଲା ଘର ଉପରେ ଦୁଇ ଜଣ ଡିଏସପି, ୬ ଜଣ ଇନସ୍ପେକ୍ଟରଙ୍କ ସମେତ ଭିଜିଲାନ୍ସର ୫ଟି ଟିମ୍ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଯେଉଁ ସବୁ ସମ୍ପତ୍ତି ଠାବ ହୋଇଥିଲା, ତାକୁ ଦେଖି ତାଜୁବ ହୋଇଯାଇଥିଲେ ଅଧିକାରୀ ।