ରାଜଧାନୀର ଘରୋଇ ଡାକ୍ତରଖାନାରେ ଚାଲିଛି ପ୍ରସନ୍ନ ଆଚାର୍ଯ୍ୟଙ୍କ ଚିକିତ୍ସା: ଭେଟିବାକୁ ଆସିଲେ ବିଭିନ୍ନ ଦଳର ବରିଷ୍ଠ ନେତା

723

କନକ ବ୍ୟୁରୋ: ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଚିକିତ୍ସା ଜାରି ରହିଛି । ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ଏୟାରଲିଫ୍ଟ କରି ଆଜି ସମ୍ବଲପୁରରୁ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା । ଏହାପରେ ତାଙ୍କ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ଦୁର୍ଘଟଣାରେ ତାଙ୍କ ମୁଣ୍ଡ, ଆଖି ଓ ନାକରେ ଆଘାତ ଲାଗିଛି । ପ୍ରସନ୍ନଙ୍କ ଦେଖା କରିବା ପାଇଁ ଏବେ ବିଭିନ୍ନ ଦଳର ନେତାଙ୍କ ଭିଡ ଡାକ୍ତରଖାନାରେ ଲାଗିଛି । ସନ୍ଧ୍ୟାରେ ବହୁ ବରିଷ୍ଠ ରାଜନେତା ମେଡିକାଲ ଆସି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦେଖା କରିବା ସହ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ।