ଆଉ କିଛି ସମୟ ପରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କରାଯିବ ଏୟାରଲିଫ୍ଟ । ସମ୍ବଲପୁରରୁ ଭୁବନେଶ୍ୱରରକୁ ହେବେ ସ୍ଥାନାନ୍ତରିତ ।

1,108

କନକ ବ୍ୟୁରୋ: ଆଉ କିଛି ସମୟ ଭିତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ କରାଯିବ ଏୟାରଲିଫ୍ଟ । ସମ୍ବଲପୁରରୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯିବ । ଦୁର୍ଘଟଣାର ଶିକାର ହେବା ପରେ ଗୁରୁତର ହୋଇ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନାରେ ହେଉଛନ୍ତି ଚିକିତ୍ସିତ ।

ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଝାରସୁଗୁଡାରୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯିବ ବୋଲି ସୂଚନା ଦେଇଛନ୍ତି ପରିବାର ଲୋକ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ବରଗଡ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ବିଜୁ ଜନତା ଦଳର ଏହି ହେଭିୱେଟ୍ ନେତା । ଗୁରୁବାର ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ସାରି ବରଗଡ଼ ଫେରୁଥିବା ବେଳେ ରେଢ଼ାଖୋଲର ବେଲଗଡ଼ ଠାରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ପ୍ରସନ୍ନଙ୍କ ଗାଡ଼ି । ଦୁର୍ଘଟଣାରେ ପ୍ରସନ୍ନଙ୍କ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି । ସେପଟେ ପ୍ରସନ୍ନ ଆଚାର୍ଯ୍ୟଙ୍କ ପିଏସ୍ଓ ଏବଂ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି ।