ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନୂଆ ଦାୟିତ୍ୱ ! ହେଲେ ବିଜେଡି ରାଜ୍ୟସଭା ସଂସଦୀୟ ଦଳ ନେତା ।

Advertisment
ନବୀନଙ୍କୁ ଚାଷୀ ଚିନ୍ତା ! କୃଷକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରସନ୍ନ ଓ ପ୍ରତାପଙ୍କୁ ନୂଆ ଦାୟିତ୍ୱ ।

କନକ ବ୍ୟୁରୋ : ପ୍ରସନ୍ନ ଆଚାର୍ଯ୍ୟ ହେଲେ ବିଜେଡି ରାଜ୍ୟସଭା ସଂସଦୀୟ ଦଳ ନେତା । ଏ ସଂକ୍ରାନ୍ତରେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ବିଧିବଦ୍ଧ ଭାବେ ଚିଠି ଲେଖି ଜଣାଇଛନ୍ତି । ରାଜ୍ୟସଭାରେ ସର୍ବସମ୍ମତି କ୍ରମେ ବିଜୁ ଜନତା ଦଳର ସଂସଦୀୟ ଦଳ ନେତା ଭାବେ ଦାୟିତ୍ୱ ତୁଲାଇବେ ବୋଲି ସୂଚନା ଦେଇଛନ୍ତି । ବିଜେଡି ଉପସଭାପତି ପ୍ରସନ୍ନ ଅଚାର୍ଯ୍ୟ ୨୦୧୬ ରୁ ରାଜ୍ୟସଭା ପ୍ରାର୍ଥୀଭାବେ ଦାୟିତ୍ୱ ତୁଲାଉଛନ୍ତି ।

୨୦୧୮ ଏପ୍ରିଲ ୩ ତାରିଖରୁ ଦିଲ୍ଲୀପ ତିର୍କୀଙ୍କ ପରେ ବିଜେଡି ରାଜ୍ୟସଭା ସଂସଦୀୟ ଦଳ ନେତା ପଦବୀ ଖାଲି ପଡିଥିଲା । ୨୦୦୪ ରୁ ତୃତୀୟ ଥର ପାଇଁ ରାଜ୍ୟସଭା ପ୍ରାର୍ଥୀ ଭାବେ ଦାୟିତ୍ୱ ତୁଲାଉଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ତେବେ ରାଜ୍ୟସଭାରେ ବିଜୁ ଜନତା ଦଳର ସଂସଦୀୟ ଦଳ ନେତା ଭାବେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଦାୟିତ୍ୱ ତୁଲାଇବେ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି । ଏନେଇ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe