କନକ ବ୍ୟୁରୋ : ଆଜି ମାଲକାନଗିରି ଯିବେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ଜିଲ୍ଲାରେ ବ୍ୟାପିଥିବା ଜାପାନୀ ଜର ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କୁ ମିଳିଯାଇଛି ସୁଯୋଗ । ତେଣୁ ଏହି ସୁଯୋଗ ହାତଛଡା କରିବାକୁ ଚାହୁଁନାହିଁ କଂଗ୍ରେସ ।
ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିଚାଲିଥିବାରୁ ଟୀକାକରଣ ହୋଇନପାରିବା ପ୍ରସଙ୍ଗରେ ବିଜେପି ଓ ବିଜେଡି ସରକାରଙ୍କୁ କାଠଗଡାକୁ ଟାଣିବା ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛି । ପ୍ରସାଦଙ୍କ ସହ ନକୂଳ ନାୟକ ଓ ବିକ୍ରମ ପଣ୍ଡା ମଧ୍ୟ ଅଛନ୍ତି । ସେହିପରି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ମଧ୍ୟ ପ୍ରସାଦଙ୍କ ସହ ମିଶି ପ୍ରଭାବିତ ଅଂଚଳ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି । ପଂଚାୟତ ନିର୍ବାଚନ ପୂର୍ବରୁ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ରାଜନୈତିକ ଫାଇଦା ପାଇଁ କଂଗ୍ରେସକୁ ବେଶ ସୁହାଇଥିବା ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/Screen-shot-2016-10-13-at-8.47.37-AM.png)