ଦାବି ଦୋହରାଇଲେ ପ୍ରସାଦ

16

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଶ୍ରୀ ଜଗନ୍ନାଥ ମନ୍ଦିରକୁ କୋହିନୁର ହୀରା ଆଣିବା ଲାଗି ପୁଣିଥରେ ଦାବି ଦୋହରାଇଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବାକୁ କହିଛନ୍ତି । ମହାରାଜା ରଣଜୀତ ସିଂ କୋହିନୁର ହୀରାକୁ ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନ ଭଣ୍ଡାରକୁ ଦାନ କରିବା ଲାଗି ଶେଷ ଇଚ୍ଛା ପ୍ରକାଶ କରିଥିଲେ । ଏବେ ବିଧାନସଭା ଚାଲିଥିବାରୁ ଗୃହରେ ଏକ ସରକାରୀ ସଂକଳ୍ପ ଆଣି କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ଦାବି କରିଛନ୍ତି ପ୍ରସାଦ ।