ଆଉ ୭ ଦିନ ପରେ ପଂଚାୟତ ପାଇଁ ପଡ଼ିବ ଭୋଟ୍ : ୨୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା କଂଗ୍ରେସ; ବାଦ୍ ପଡ଼ିଲେ ପ୍ରସାଦ ହରିଚନ୍ଦନ

Advertisment
ଆଉ ୭ ଦିନ ପରେ ପଂଚାୟତ ପାଇଁ ପଡ଼ିବ ଭୋଟ୍ : ୨୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା କଂଗ୍ରେସ; ବାଦ୍ ପଡ଼ିଲେ ପ୍ରସାଦ ହରିଚନ୍ଦନ

କନକ ବ୍ୟୁରୋ : ପଂଚାୟତ ଭୋଟ ପାଇଁ ମଝିରେ ଆଉ ମାତ୍ର ୭ ଦିନ ବାକି ଥିବା ବେଳେ ଭୋଟ ହାତେଇବାକୁ ଜୋରଦାର ପ୍ରୟାସ ଚଳାଇଛି କଂଗ୍ରେସ । ରାଜ୍ୟ ରାଜନୀତିରେ ତୃତୀୟ ସ୍ଥାନକୁ ଠେଲି ହୋଇଯାଇଥିବା ଏ ସର୍ବପୁରାତନ ଦଳ ଏବେ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରିଛି । ଏହି ୨୦ ଜଣ କ୍ରାଉଡ ପୁଲର ହେବା ସହ ଭୋଟରଙ୍କୁ ଦଳ ପ୍ରତି ଆକର୍ଷିତ କରିବେ । ତାଲିକାରେ ବହୁ ପୂର୍ବତନ ପିସିସି ସଭାପତିଙ୍କ ନାଁ ଥିବା ବେଳେ ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ସ୍ଥାନ ମିଳିନି । ଯାହାକୁ ନେଇ ଚଚ୍ଚା ଜୋର ଧରିଛି ।

ବର୍ତମାନର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲା କୁମାର, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର , ସାଂସଦ ସପ୍ତଗିରି ଉଲ୍ଲକା, ବିଧାୟକ ସୁର ରାଉତରାୟ, ତାରା ବାହୀନୀପତି, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ ପ୍ରମୁଖ ୨୦ ଜଣିଆ ତାଲିକାରେ ଅଛନ୍ତି । କିଛି ଦିନ ତଳେ ପ୍ରସାଦ ହରିଚନ୍ଦନ ଦଳ ଛାଡୁଥିବା ଚର୍ଚ୍ଚା ବି ହେଉଥିଲା । ସାମ୍ବାଦିକ ସମ୍ମିଳନୀ କରି ପ୍ରସାଦ, ତାଙ୍କ ଅଂଚଳରେ ଜିଲ୍ଲା ପରିଷଦ ପ୍ରାର୍ଥୀ ନ ଦିଆଯିବା ପ୍ରସଙ୍ଗରେ ନିଜ ଅସନ୍ତୋଷ ପ୍ରକାଶ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe