କନକ ବ୍ୟୁରୋ : ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି । ଟ୍ୱିଟ୍ କରି ପ୍ରଣବ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ପରିକ୍ରମା ପ୍ରକଳ୍ପକୁ ବାରମ୍ବାର ବିରୋଧ କରୁଛନ୍ତି ଓ ପ୍ରତିଦିନ ଏହା ବିରୁଦ୍ଧରେ ବିଷୋଦଗାର କରୁଛନ୍ତି। ଧର୍ମେନ୍ଦ୍ର ଭାବୁଛନ୍ତି କି ପୁରୀ ପରିକ୍ରମା ପ୍ରକଳ୍ପର କୌଣସି ଆବଶ୍ୟକତା ନାହିଁ। ତାହେଲେ ନିଜ ଦଳର ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରି ଲକ୍ଷ ଲକ୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କୁ କୁହନ୍ତୁ, ପୁରୀ ପରିକ୍ରମା ପ୍ରକଳ୍ପକୁ ବନ୍ଦ କରିଦେବେ। ସେହି ଜାଗାରେ ପୁଣିଥରେ ପୁରୁଣା ଜୋତା ଦୋକାନ, ହୋଟେଲ୍, ଲଜକୁ ଠିଆ କରିବେ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ହେଉଥିବା କାର୍ଯ୍ୟକୁ ମଧ୍ୟ ଭାଙ୍ଗି ଦେବେ ବୋଲି ନିଜ ଦଳର ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରନ୍ତୁ।
କେନ୍ଦ୍ରମନ୍ତ୍ରୀ ଶ୍ରୀ @dpradhanbjp ପୁରୀ ପରିକ୍ରମା ପ୍ରକଳ୍ପକୁ ବାରମ୍ବାର ବିରୋଧ କରୁଛନ୍ତି ଓ ପ୍ରତିଦିନ ଏହା ବିରୁଦ୍ଧରେ ବିଷୋଦଗାର କରୁଛନ୍ତି।
ଶ୍ରୀ ପ୍ରଧାନ ଭାବୁଛନ୍ତି କି ପୁରୀ ପରିକ୍ରମା ପ୍ରକଳ୍ପର କୌଣସି ଆବଶ୍ୟକତା ନାହିଁ। ତାହେଲେ ନିଜ ଦଳର ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରି ଲକ୍ଷ ଲକ୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ…
— Pranab Prakash Das (@pranabpdas) May 5, 2024
ସମାନ ଭାବରେ ମା' ସମଲେଇ ମନ୍ଦିରର ସୌନ୍ଦର୍ଯ୍ୟକରଣକୁ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ବିରୋଧ କରୁଛନ୍ତି। ତାହେଲେ ମା' ସମଲେଇଙ୍କ ମନ୍ଦିର ସୌନ୍ଦର୍ୟ୍ୟକରଣକୁ ବନ୍ଦ କରିଦେବେ ବୋଲି ଦଳୀୟ ଇସ୍ତାହାରରେ ଉଲ୍ଲେଖ କରି ମା' ସମଲେଇଙ୍କର ଲକ୍ଷ ଲକ୍ଷ ଭକ୍ତଙ୍କୁ କହିବାର ସାହାସ ଦେଖାଇବେ କି? ଏହି ଦୁଇଟି ଆଧ୍ୟାତ୍ମିକ ସ୍ଥାନର ସୌନ୍ଦର୍ୟ୍ୟକରଣ ଓ ପରିକ୍ରମା ପ୍ରକଳ୍ପକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ମନରେ ବହୁତ ଇର୍ଷା ଓ କ୍ରୋଧ ଥିବା କଥା ଆଉ କାହାକୁ ଅଛପା ନାହିଁ। ଯଦି ସତସାହାସ ଅଛି ଧର୍ମେନ୍ଦ୍ର ପ୍ରଧାନ ଏହି ଦୁଇ କାର୍ଯ୍ୟକୁ ବନ୍ଦ କରିଦେବା ନେଇ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରନ୍ତୁ। ଏହାପରେ, ଓଡ଼ିଶାବାସୀ ତାଙ୍କୁ ଯେଉଁ ଜବାବ ଦେବେ ତାହା ସେ କେବେ ଭୁଲି ପାରିବେ ନାହିଁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/7-8.jpg)