ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପ୍ରଣବ । ଟୁଇଟ୍ କରି ରଖିଲେ ଜବାବ୍ । କହିଲେ ଓଡିଶାର ଯୁବକଙ୍କୁ ଆପଣ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି?
କନକ ବ୍ୟୁରୋ: ଓଡିଶାର ଆଇନଶୃଙ୍ଖଳାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାର, ପୁଲିସ ଡିଜି ଓ ଆଉ କିଛି ପୁଲିସ ଅଧିକାରୀଙ୍କୁ ତାତ୍ସଲ୍ୟ ଭଙ୍ଗୀରେ ଶୁଭେଛା ଜଣାଇବା ସହ, ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି । ତେବେ ଧର୍ମେନ୍ଦ୍ରଙ୍କ ଏହି ପ୍ରତିକ୍ରିୟା ପରେ ଟୁଇଟ୍ କରି ଏହାର ଜବାବ୍ ରଖିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

Kanak News is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟୁଇଟ୍ କରି ପ୍ରଣବ କହିଛନ୍ତି, ଆପଣଙ୍କ ଦଳର ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଜଣେ ହତ୍ୟା ଅଭିଯୁକ୍ତ । ସେ ଏବେ ଜାମିନରେ ଅଛନ୍ତି । ନିକଟରେ ରାଜଧାନୀରେ ବିକ୍ଷୋଭ ନାଁରେ ତାଙ୍କ ନେତୃତ୍ୱରେ ପୋଲିସ ଉପରେ ମରଣାନ୍ତକ ଆକ୍ରମଣ ହେଲା । ଏଭଳି ନେତାଙ୍କ ସମର୍ଥନ କରି ଆପଣ ଓଡିଶାର ଯୁବକମାନଙ୍କୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ପ୍ରଣବ ପ୍ରଶ୍ନ କରିଛନ୍ତି ।
@dpradhanbjp ଭାଇ, ଆପଣଙ୍କ ଦଳର ଯୁବମୋର୍ଚ୍ଚା ସଭାପତି ଈରାଣିଷ ଆଚାର୍ଯ୍ୟ ଜଣେ ହତ୍ୟା ଅଭିଯୁକ୍ତ । ଏବେ ସେ ଜାମିନରେ ଅଛନ୍ତି। ନିକଟରେ ରାଜଧାନୀରେ ବିକ୍ଷୋଭ ନାଁରେ ତାଙ୍କ ନେତୃତ୍ଵରେ ପୁଲିସ ଉପରେ ମରଣାନ୍ତକ ଆକ୍ରମଣ ହେଲା । ଦେଖନ୍ତୁ ଏହି ଭିଡିଓ । ମୁଁ ଆଗରୁ ମଧ୍ୟ ଏହା ଆପଣଙ୍କୁ ଦେଇଥିଲି। ଆପଣ ନିଶ୍ଚୟ ଦେଖିଥିବେ। pic.twitter.com/si5Ik0lxBy
— Pranab Prakash Das (@pranabpdas) March 6, 2023
କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଣବ ଆହୁରି ମଧ୍ୟ କହିଛନ୍ତି ଯେ, ଆପଣ ଯାହାଙ୍କୁ ବିରୋଧୀ ଦଳର ନେତା କରିଛନ୍ତି, ସେ ଜଣେ ଅଭ୍ୟାସଗତ ଅପରାଧୀ । ଜଘନ୍ୟ ହତ୍ୟା ମାମଲାରେ ସେ ସମ୍ପୃକ୍ତ । ସ୍ୱାସ୍ଥ୍ୟ ଆଳରେ ଜାମିନ୍ ଆସିଲା ପରେ ସେ ଅପରାଧ ଘଟେଇ ଚାଲିଛନ୍ତି । ଓଡିଶା ରାଜନୀତି ପାଇଁ ଏହା ଶୁଭଙ୍କର ନୁହେଁ ବୋଲି ପ୍ରଣବ କହିଛନ୍ତି । ତେବେ ଓଡିଶାବାସୀ ଏ ସବୁ ଦେଖୁଛନ୍ତି । ସେଥିପାଇଁ ଗତ ପଞ୍ଚାୟତ ନିର୍ବାଚନରେ ୩୦ରୁ ୩୦ ଜିଲ୍ଲା ପରିଷଦରେ ବିଜେପିକୁ ଲୋକ ପ୍ରତ୍ୟାଖାନ କଲେ ।
ତେବେ ଏହାପରେ ଦଳର ଛବି ଖରାପ କରିଥିବାରୁ ଏହି ଦୁଇ ନେତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଆଶା କରିଥିଲେ । ହେଲେ ଆଜି ଓଲଟା ଦେଖିବାକୁ ମିଳିଲା । ଓଡିଶାରେ ପହଞ୍ଚି ଏଭଳି ହିଂସା କଥାକୁ ଉତ୍ସାହିତ କଲା ପରି ଧର୍ମେନ୍ଦ୍ର କହୁଥିବା ପ୍ରଣବ ପ୍ରକାଶ ଦାସ ଟୁଇଟ୍ କରି ଲେଖିଛନ୍ତି । ଶେଷରେ ଧର୍ମେନ୍ଦ୍ରଙ୍କୁ ଆକ୍ଷେପ କରି ପ୍ରଣବ ଲେଖିଛନ୍ତି ଯେ, ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଏଭଳି ଅପରାଧିକ ତତ୍ୱକୁ ସେ ତାଙ୍କ ନିୟନ୍ତ୍ରଣରେ ରଖନ୍ତୁ । ନଚେତ୍, ଭବିଷ୍ୟତରେ ଏହି ଦୁଇ ନେତା ବିଜେପିକୁ ଆହୁରି ବଦନାମ କରିବେ ବୋଲି ପ୍ରଣବ ଟୁଇଟ୍ କରି ଲେଖିଛନ୍ତି ।