ଶିମିଳିପାଳ ଗ୍ରାଉଣ୍ଡ ଜିରୋରେ ବିଜେଡି ସଙ୍ଗଠନ ସମ୍ପାଦକ : ଜଙ୍ଗଲ ନିଆଁ ନେଇ ସ୍ଥିତି ପରଖିଲେ ପ୍ରଣବ ପ୍ରକାଶ ଦାସ

ଶିମିଳିପାଳ ଗ୍ରାଉଣ୍ଡ ଜିରୋରେ ବିଜେଡି ସଙ୍ଗଠନ ସମ୍ପାଦକ : ଜଙ୍ଗଲ ନିଆଁ ନେଇ ସ୍ଥିତି ପରଖିଲେ ପ୍ରଣବ ପ୍ରକାଶ ଦାସ

କନକ ବ୍ୟୁରୋ : ଜଙ୍ଗଲର ନିଆଁ ସ୍ଥିତି ପରଖିବା ପାଇଁ ଶିମିଳିପାଳର ଗ୍ରାଉଣ୍ଡ ଜିରୋରେ ପହଂଚିଛନ୍ତି ବିଜେଡି ସଂଗଠନ ସଂପାଦକ । ଏନେଇ ଗତକାଲି ଟ୍ୱିଟ କରି ସୂଚନା ଦେଇଥିଲେ ପ୍ରଣବ ପ୍ରକାଶ ଦାସ । ଶିମିଳିପାଳ ଉପ ନିର୍ଦ୍ଦେଶକଙ୍କ ସହ ଆଲୋଚନା ପରେ ବିଭିନ୍ନ ଅଂଚଳ ବୁଲିବେ ପ୍ରଣବ ପ୍ରକାଶ ଦାସ । ତାଙ୍କ ସହ ରାଜ୍ୟସଭା ସାଂସଦ ମମତା ମହନ୍ତ, ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡି ପ୍ରମୁଖ ଅଛନ୍ତି ।

ତେବେ ଗତକାଲି ବର୍ଷା ପରେ ଶିିମିଳିପାଳ ଅଭୟାରଣ୍ୟ ତଥା ନିକଟବର୍ତୀ ବନାଂଚଳର ୬ଟି ରେଂଜରେ ନିଆଁ ଲିଭିଯାଇଥିବା ସୂଚନା ମିଳିଛି । ଏସବୁ ଭିତରେ ବର୍ତମାନ ସେଠି କେଉଁଭଳି ସ୍ଥିତି ରହିଛି ଏବଂ କ’ଣ କଲେ ନିଆଁକୁ ସମ୍ପୁର୍ଣ୍ଣ ଭାବେ ଆୟତ କରାଯିବ ସେ ଦିଗରେ ପଦକ୍ଷେପ ନେବା ପାଇଁ ଶିମିଳିପାଳରେ ପହଂଚିଛନ୍ତି ପ୍ରଣବ ପ୍ରକାଶ ଦାସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe