କନକ ବ୍ୟୁରୋ : ଜଙ୍ଗଲର ନିଆଁ ସ୍ଥିତି ପରଖିବା ପାଇଁ ଶିମିଳିପାଳର ଗ୍ରାଉଣ୍ଡ ଜିରୋରେ ପହଂଚିଛନ୍ତି ବିଜେଡି ସଂଗଠନ ସଂପାଦକ । ଏନେଇ ଗତକାଲି ଟ୍ୱିଟ କରି ସୂଚନା ଦେଇଥିଲେ ପ୍ରଣବ ପ୍ରକାଶ ଦାସ । ଶିମିଳିପାଳ ଉପ ନିର୍ଦ୍ଦେଶକଙ୍କ ସହ ଆଲୋଚନା ପରେ ବିଭିନ୍ନ ଅଂଚଳ ବୁଲିବେ ପ୍ରଣବ ପ୍ରକାଶ ଦାସ । ତାଙ୍କ ସହ ରାଜ୍ୟସଭା ସାଂସଦ ମମତା ମହନ୍ତ, ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡି ପ୍ରମୁଖ ଅଛନ୍ତି ।
ତେବେ ଗତକାଲି ବର୍ଷା ପରେ ଶିିମିଳିପାଳ ଅଭୟାରଣ୍ୟ ତଥା ନିକଟବର୍ତୀ ବନାଂଚଳର ୬ଟି ରେଂଜରେ ନିଆଁ ଲିଭିଯାଇଥିବା ସୂଚନା ମିଳିଛି । ଏସବୁ ଭିତରେ ବର୍ତମାନ ସେଠି କେଉଁଭଳି ସ୍ଥିତି ରହିଛି ଏବଂ କ’ଣ କଲେ ନିଆଁକୁ ସମ୍ପୁର୍ଣ୍ଣ ଭାବେ ଆୟତ କରାଯିବ ସେ ଦିଗରେ ପଦକ୍ଷେପ ନେବା ପାଇଁ ଶିମିଳିପାଳରେ ପହଂଚିଛନ୍ତି ପ୍ରଣବ ପ୍ରକାଶ ଦାସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/14-8.jpg)