କନକ ବ୍ୟୁରୋ : ୨୦୧୯ ନିର୍ବାଚନରେ ଗୋଟିଏ ପରେ ଗୋଟିଏ ବିଧାନସଭା ଆସନକୁ ନିଜ କବଜାକୁ ନେଉଛି ବିଜୁ ଜନତା ଦଳ । ଏହି ପରିପ୍ରେକ୍ଷୀରେ ଯାଜପୁର ଆସନକୁ ପୁଣି ଥରେ ବିଜେଡି ଅକ୍ତିଆର କରିଛନ୍ତି । ଆଉ ପୁଣି ତୃତୀୟ ଥର ପାଇଁ ଯାଜପୁରବାସୀଙ୍କ ଭରସା ଜିତି ମଙ୍ଗ ଧରିଛନ୍ତି ପ୍ରଣବ ପ୍ରକାଶ ଦାସ ।
Kanak News is now on WhatsApp
Join and get latest news updates delivered to you via WhatsApp
ଯାଜପୁର ବିଧାନସଭା ଆସନରୁ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଗୌତମ ରାୟଙ୍କୁ ୪୦୬୮୭ ଭୋଟ୍ ବ୍ୟବଧାନରେ ପରାସ୍ତ କରି ତୃତୀୟ ଥର ପାଇଁ ବିଧାୟକ ବନିଛନ୍ତି ବିଜେଡିର ହେଭିୱେଟ୍ ନେତା ପ୍ରଣବ ପ୍ରକାଶ ଦାସ ।