କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଫିସ ଏଏମ-ପିଏମ୍ ମଧ୍ୟରେ ଫରକ ବୁଝିପାରିବେନି ସେ ପିଏମଓ କିଭଳି ସମ୍ଭାଳିବେ । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ଏହା କହିଥିଲେ ତାଙ୍କ ଝିଅ ଶର୍ମିଷ୍ଠା ମୂଖାର୍ଜିଙ୍କୁ । ଶର୍ମିଷ୍ଠା ଏକ ବହି ଲେଖିଛନ୍ତି । ଯାହାର ନାମ ରହିଛି ‘ଇନ୍ ପ୍ରଣବ, ମାଇଁ ଫାଦର: ଏ ଡଟର ରେମେମ୍ବାର୍ସ‘ । ଏହି ବହିରେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀଙ୍କୁ ନେଇ ପ୍ରଣବ କହିଥିବା କଥାକୁ ଶର୍ମିଷ୍ଠା ଲେଖିଛନ୍ତି । ପ୍ରଣବ ମୂଖାର୍ଜୀଙ୍କୁ ବିଭିନ୍ନ ସମୟରେ ରାହୁଲ ଗାନ୍ଧୀ ଦେଖାକରିବାକୁ ଆସନ୍ତି । ତାଙ୍କ ସ୍ୱଭାବ ନମ୍ର ହେଲେ ତାଙ୍କୁ ଦେଖିଲେ ଅନେକ ପ୍ରଶ୍ନ ଆସିବ ବୋଲି ପ୍ରଣବ କହିଥିବା ବହିରେ ଲେଖିଛନ୍ତି ଶର୍ମିଷ୍ଠା ।

Advertisment

ବହିରେ ଲେଖାଥିବା ତଥ୍ୟ ମୁତାବକ, ଥରେ ପ୍ରଣବ ମୂଖାର୍ଜୀଙ୍କ ସହ ରାହୁଲ ଗାନ୍ଧୀଙ୍କର ସଂଧ୍ୟାରେ ବୈଠକ ଥିଲା । ହେଲେ ରାହୁଲ ଗାନ୍ଧୀ ଆସି ସକାଳେ ପ୍ରଣବଙ୍କୁ ଭେଟିଥିଲେ । ପ୍ରାତଃ ଭ୍ରମଣ ଏବଂ ପୂଜା ସମୟରେ କାହା ସହ କଥା ହେବାକୁ ପ୍ରଣବ ପସନ୍ଦ କରନ୍ତି ନାହିଁ । ହେଲେ ଏହାପରେ ବି ରାହୁଲଙ୍କୁ ଭେଟିଥିଲେ ପ୍ରଣବ । ତେବେ ପରେ ଜଣାପଡିଲା କି ରାହୁଲ ସଂଧ୍ୟାରେ ଭେଟିବାରେ କାର୍ଯ୍ୟକ୍ରମ ଥିଲା । ତେଣୁ ପ୍ରଣବ ମୂଖାର୍ଜୀ କହିଥିଲେ ରାହୁଲ ଗାନ୍ଧୀଙ୍କ ଅଫିସ ଏଏମ୍-ପିଏମର ଫରକ ଜାଣିପାରୁନି । ପିଏମଓ କିଭଳି ସମ୍ଭାଳିିବେ । ଏହାବାଦ ପ୍ରଣବ ମୂଖାର୍ଜୀ ତାଙ୍କର ଏକ ଡାଏରୀରେ ଲେଖିଛନ୍ତି, ସେ ରାଷ୍ଟ୍ରପତି ହେବାପରେ ରାହୁଲ ଗାନ୍ଧୀ ତାଙ୍କୁ ରାଷ୍ଟ୍ରପତି ଭବନ ଭେଟିବାକୁ ଆସିଥିଲେ । ଏହି ସମୟରେ କ୍ୟାବିନେଟରେ ସାମିଲ ହେବାକୁ ପ୍ରଣବ ରାହୁଲଙ୍କୁ ପରାମର୍ଶ ଦେଇଥିଲେ । ପ୍ରଣବ ମୂଖାର୍ଜୀ ରଷ୍ଟ୍ରପତି ପଦରେ ବସିବା ପୂର୍ବରୁ ଦଳରେ ଗାନ୍ଧୀ ପରିବାରର ତିନି ପଢି ସହ କାମ କରିଥିବା ନେତା ।