ପ୍ରଣବ ମୁଖାର୍ଜୀଙ୍କୁ ଝୁରୁଛନ୍ତି କେନ୍ଦ୍ରାପଡ଼ାର ତରୁଣକାନ୍ତି : ବାଇକ୍‌ରେ ବୁଲାଇଥିଲେ; ରାଜଭବନରୁ ଡାକରା ପାଇଥିଲେ

Advertisment
ପ୍ରଣବ ମୁଖାର୍ଜୀଙ୍କୁ ଝୁରୁଛନ୍ତି କେନ୍ଦ୍ରାପଡ଼ାର ତରୁଣକାନ୍ତି : ବାଇକ୍‌ରେ ବୁଲାଇଥିଲେ; ରାଜଭବନରୁ ଡାକରା ପାଇଥିଲେ

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ରାମନଗର ଅଂଚଳର ତରୁଣକାନ୍ତି କାଞ୍ଜିଲାଲଙ୍କର ନିଆରା ସ୍ମୃତି ରହିଛି ପ୍ରଣବ ମୁଖାର୍ଜୀଙ୍କ ସହିତ। ୧୯୯୯ ମହାବାତ୍ୟା ପରେ ମହାକଳାପଡ଼ା ବ୍ଲକର ରାମନଗର, ଖରିନାସୀ, ପେଟଛେଲା ଆଦି ପ୍ରଭାବିତ ଅଞ୍ଚଳ ତରୁଣକାନ୍ତିଙ୍କ ବାଇକରେ ବସି ବୁଲିଥିଲେ ପ୍ରଣବ। ସେତେବେଳେ ସେ ସାଂସଦ ଥିଲେ। ବାତ୍ୟା କ୍ଷୟକ୍ଷତି ଆକଳନ କରିବା ସହ ବିପନ୍ନଙ୍କ ପାଇଁ ରିଲିଫ୍ ଓ ଥଇଥାନ ବ୍ୟବସ୍ଥା କରିଥିଲେ ା ରାଷ୍ଟ୍ରପତି ହେବା ପରେ ପ୍ରଣବ ଯେତେବେଳେ ୨୦୧୩ରେ ଓଡ଼ିଶା ଗସ୍ତରେ ଆସି ରାଜଭବନରେ ଅବସ୍ଥାନ କରୁଥିଲେ, ସେତେବେଳେ ସେ ତରୁଣକାନ୍ତିଙ୍କୁ ଭେଟିବା ପାଇଁ ଆଗ୍ରହ ପ୍ରକାଶ କରିବା ସହିତ ତାଙ୍କୁ ରାଜଭବନକୁ ଡକାଇଥିଲେ ।

ତରୁଣକାନ୍ତି କିଛି ପଇଡ଼ ନେଇ ପ୍ରଣବଙ୍କ ପାଖକୁ ଯାଇଥିଲେ । ସାକ୍ଷାତ ବେଳେ ପ୍ରଣବ ବାତ୍ୟା ପରର ଗସ୍ତ କାର୍ଯ୍ୟକ୍ରମର ସ୍ମୃତି ମନେ ପକାଇବା ସହ ସେଠାକାର ଅଧିବାସୀଙ୍କର ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ। ପରବର୍ତ୍ତୀ ସମୟରେ ୨୦୧୪ ଓ ୨୦୧୫ରେ ତରୁଣକାନ୍ତି ଦିଲ୍ଲୀ ଯାଇ ରାଷ୍ଟ୍ରପତି ଭବନରେ ବି ପ୍ରଣବଙ୍କୁ ଭେଟିବାର ସୁଯୋଗ ପାଇଥିଲେ। ଆଜି ସେ ଜଣେ ପିତୃତୁଲ୍ୟ ବ୍ୟକ୍ତିଙ୍କୁ ହରାଇଲେ ବୋଲି କୋହଭରା କଣ୍ଠରେ କହିଛନ୍ତି ତରୁଣକାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe