କନକ ବ୍ୟୁରୋ: ମସ୍ତିଷ୍କ ସର୍ଜରୀ ପରେ ଭେଣ୍ଟିଲିଟରରେ ଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଘଟିଛି। ଏ ନେଇ ନୂଆଦିଲ୍ଲୀର ଆର୍ମି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଡାକ୍ତରଖାନା ଅନୁଯାୟୀ, ସ୍ୱାସ୍ଥ୍ୟଗତ ଜଟିଳତା ହେତୁ ମୁଖାର୍ଜୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାର ୨୦ଦିନ ବିତିଗଲାଣି। ଗତ କିଛି ଦିନ ହେବ ସେ କୋମାରେ ଥିବା ବେଳେ ଆଜି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଦେଇଛି। ଗତକାଲି ଠାରୁ ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଘଟିଛି। ଫୁସଫୁସ ସଂକ୍ରମଣ ହେତୁ ସେ ସେପ୍ଟିକ୍ ଶକ୍ ରେ ଅଛନ୍ତି ଏବଂ ବିଶେଷଜ୍ଞ ଦଳ ଦ୍ବାରା ପରିଚାଳିତ ହେଉଛନ୍ତି। ସେ ଗଭୀର କୋମାରେ ଥିବା ବେଳେ ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଛି।
There is a decline in the medical condition of Former President Pranab Mukherjee since yesterday. He is in septic shock due to his lung infection & is being managed by a team of specialists. He continues to be in deep coma & on ventilator support: Army Hospital (R&R), Delhi Cantt pic.twitter.com/wRlCCT0s6v
— ANI (@ANI) August 31, 2020