ବିଜେପିରେ ସାମିଲ ହେଲେ କଂଗ୍ରେସର ପୋଷ୍ଟର ଗାର୍ଲ, ମୁଲାୟମଙ୍କୁ ନେଇ ବିଜେପି କହିଲା ଏଭଳି କଥା

271

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି କଂଗ୍ରେସ ଓ ସମାଜବାଦୀ ପାର୍ଟିକୁ ଗୋଟିଏ ପରେ ଗୋଟିଏ ଝଟକା ଦେବାରେ ଲାଗିଛି । କିଛିଦିନ ତଳେ ବିଜେପିର କିଛି ମନ୍ତ୍ରୀ ଓ ବିଧାୟକ ଦଳଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେବା ପରେ ଏବେ ସମାଜବାଦୀ ପାର୍ଟିର କିଛି ନେତା ଓ କଂଗ୍ରେସର କିଛି ନେତା ବି କ୍ରମାଗତଭାବେ ବିଜେପିରେ ଯୋଗ ଦେଉଥିବା ଦେଖିବାକୁ ମିଳିଛି । ଏହି କ୍ରମରେ କଂଗ୍ରେସର ପୋଷ୍ଟର ଗାର୍ଲ ତଥା ପ୍ରିୟଙ୍କାଙ୍କ ‘ଲେଡକି ହୁ, ଲଡ ସକ୍ତି ହୁଁ” ଅଭିଯାନର ପୋଷ୍ଟର ଗାର୍ଲ ପ୍ରିୟଙ୍କା ମୌର୍ଯ୍ୟ ଆଜି ବିଜେପିରେ ଯୋଗ ଦେଇ କଂଗ୍ରେସକୁ ଅଡୁଆରେ ପକାଇଛନ୍ତି ।

ଅନ୍ୟପଟେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ସଡୁ କୁହାଯାଉଥିବା ପ୍ରମୋଦ ଗୁପ୍ତା ବି ବିଜେପିରେ ଯୋଗ ଦେଇ ସପା ପାଇଁ ଅଡୁଆ ତିଆରି କରିଛନ୍ତି । କହିରଖୁ କି ବିଜେପି ଅଖିଳେଶଙ୍କ ପରିବାର ଭାଙ୍ଗିବାକୁ ଚେଷ୍ଟା ଚଳାଇଛି । ଗତକାଲି ମୁଲାୟମଙ୍କ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ଯୋଗ ଦେଇଥିବା ବେଳେ ଆଜି ପ୍ରମୋଦ ଗୁପ୍ତାଙ୍କୁ ବିଜେପି ଜଏନ କରାଇଛି ।

କହିରଖୁ କି ନିର୍ବାଚନ ପୂର୍ବରୁ ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ ସାପ ଶିଡିର ଖେଳ ଦେଖଇବାକୁ ମିଳଛି । ଯୋଗୀଙ୍କ କ୍ୟାବିନେଟରେ ମନ୍ତ୍ରୀଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଅଖିଳେଶ ଦଳରେ ସାମିଲ କରି ବିଜେପିକୁ ଯେଉଁ ଝଟକା ଦେବାକୁ ଚେଷ୍ଟା କରିଥିଲେ ତାହାର ପରିଣାମ ସ୍ୱରୂପ ବିଜେପି ଅଖିଳେଶଙ୍କ ପରିବାରରୁ ୨ ଜଣଙ୍କୁ ଦଳରେ ସାମିଲ କରି ପ୍ରତିଶୋଧ ନେଇଛି ।