କନକ ବ୍ୟୁରୋ: ପ୍ରମୋଦ ଭଗତଙ୍କ ନାଁ ଖେଳରତ୍ନ ପାଇଁ ସୁପାରିଶ କରାଯାଇଛି । ଭାରତୀୟ ପାରା ଅଲିମ୍ପିକ୍ସ ସମିତି ପ୍ରମୋଦ ଭଗତଙ୍କ ସହ ୪ ଜଣଙ୍କ ନାଁ ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପାଇଁ ସୁପାରିଶ କରିଛି । ଏହି ୪ ଜଣଙ୍କ ମଧ୍ୟରୁ ପ୍ରମୋଦ ଓ ମନୀଷ ନରୱାଲ ଟୋକିଓ ପାରା ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରମୋଦ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାର ବିରଳ ସଫଳତା ହାସଲ କରିଛନ୍ତି । ତେଣୁ ସେ ଏହି ସମ୍ମାନଜନକ ପୁରସ୍କାର ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାହେଲେ ଖେଳରତ୍ନ ପୁରସ୍କାର ଜିତିବାରେ ସେ ହେବେ ପ୍ରଥମ ଓଡ଼ିଆ ଖେଳାଳି । ପୂର୍ବରୁ ୯ ଜଣ ଓଡ଼ିଆ ଅର୍ଜୁନ ପୁରସ୍କାର ପାଇଛନ୍ତି ।
ପ୍ରମୋଦ ଭଗତଙ୍କ ନାଁ ଖେଳରତ୍ନ ପାଇଁ ସୁପାରିଶ । କେନ୍ଦ୍ର ସରକାରଙ୍କୁ ସୁପାରିଶ କଲା ଭାରତୀୟ ପାରା ଅଲିମ୍ପିକ୍ସ ସମିତି
/kanak/media/post_attachments/wp-content/uploads/2021/09/gettyimages-1338256979-1-1630761902.jpg)