ପ୍ରଥମ ଓଡିଆ ଭାବେ ପ୍ରମୋଦ ଭଗତ ପାଇବେ ଖେଳରତ୍ନ: ଓଡିଆ ପୁଅଙ୍କ ସମେତ ଅନ୍ୟ ୧୨ ଜଣଙ୍କ ନାଁ ମନୋନୀତ

108

କନକ ବ୍ୟୁରୋ: ଘୋଷଣା ହେଲା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ ପାଇବେ ଖେଳରତ୍ନ । ପ୍ରଥମ ଓଡିଆ ଭାବେ ପ୍ରମୋଦ ଭଗତ ପାଇବେ ଖେଳରତ୍ନ ପୁରସ୍କାର । ପ୍ରମୋଦଙ୍କ ସହ ମୋଟ ୧୨ ଜଣଙ୍କ ପାଇବେ ଏହି ସମ୍ମାନ ଜନକ ପୁରସ୍କାର । ନଭେମ୍ବର ୧୩ ତାରିଖରେ ନୂଆଦିଲ୍ଲୀରେ ଅଲମ୍ପିଆନ ମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।

ସେହିଭଳି ସମ୍ମାନଜନକ ଅର୍ଜୁନ ପୁରସ୍କାର ଚୂଡ଼ାନ୍ତ ତାଲିକାରେ ଟୋକିଓରେ ଐତିହାସିକ କାଂସ୍ୟ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳର ଦୁଇ ସଫଳ ସଦସ୍ୟ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହି ଦାସ ଅଛନ୍ତି। ଯାହା ଓଡ଼ିଶା ପାଇଁ ଏକ ଐତିହାସିକ ଘଟଣା। କାରଣ ପ୍ରଥମ ଥର ପାଇଁ ଓଡ଼ିଶାକୁ ଏକାଥରକେ ତିନିଟି ଜାତୀୟ କ୍ରୀଡ଼ା ପୁରସ୍କାର ଆସିଁବାକୁ ଯାଉଛି। ପୂର୍ବରୁ କେବେବି ଗୋଟିଏ ବର୍ଷରେ ଓଡ଼ିଶା ଖେଳାଳିଙ୍କୁ ଖେଳରତ୍ନ ସହ ଦୁଇଟି ଅର୍ଜୁନ ପୁରସ୍କାର ମିଳି ନଥିଲା।

ସେଥିପାଇଁ ବୁଧବାର ରାଜ୍ୟ କ୍ରୀଡ଼ାରେ ସଫଳତାର ନୂଆ ଫର୍ଦ୍ଦ ଯୋଡ଼ିହୋଇଛି। ତା ସହ ସମଗ୍ର ରାଜ୍ୟରେ ଖୁସିର ଲହରି ବି ଖେଳି ଯାଇଛି। ତିନିଜଣଯାକଙ୍କୁ ଏଥିଲାଗି ଚାରିଆଡ଼କୁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରମୋଦ ଓଡ଼ିଶାର ପ୍ରଥମ ଖେଳରତ୍ନ ହେବେ। ଅନ୍ୟପକ୍ଷରେ ବୀରେନ୍ଦ୍ର ଓ ଅମିତଙ୍କ ପୂର୍ବରୁ ୯ଜଣ ଓଡ଼ିଆ ଅର୍ଜୁନ ପୁରସ୍କାର ପାଇ ସାରିଛନ୍ତି।