ସୁନା ପୁଅଙ୍କୁ ବଡ଼ ସମ୍ମାନ । ପ୍ରମୋଦ ଭଗତ ପାଇବେ ‘ପଦ୍ମଶ୍ରୀ’ ପୁରସ୍କାର ।

136

କନକ ବ୍ୟୁରୋ : ସୁନା ପୁଅଙ୍କୁ ବଡ଼ ସମ୍ମାନ । ଘୋଷଣା ହୋଇଛି ସମ୍ମାନଜନକ ପଦ୍ମ ପୁରସ୍କାର । ସୁନା ପୁଅ ପ୍ରମୋଦ ଭଗତ ପାଇବେ ପଦ୍ମଶ୍ରୀ ପୁରସ୍କାର । ପାରା ଆଥଲେଟ୍ ପ୍ରମୋଦ ଭଗତଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର । ଏହି ଓଡ଼ିଆ ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ ଗତ ପାରା ଅଲମ୍ପିକ୍ସରେ ବ୍ୟାଡମିଣ୍ଟନରେ ସୁନା ପଦକ ଜିତିଥିଲେ ।

ତେବେ ପୂର୍ବରୁ ପ୍ରମୋଦଙ୍କୁ ମିଳିଥିଲା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ ପ୍ରମୋଦ । ଟୋକିଓ ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପାଇଁ ପ୍ରମୋଦଙ୍କୁ ମିଳିଥିଲା ଖେଳରତ୍ନ ପୁରସ୍କାର । ତେବେ ଖେଳରତ୍ନ ପୁରସ୍କାର ପାଇବାରେ ପ୍ରମୋଦ ଭଗତ ହେଉଛନ୍ତି ପ୍ରଥମ ଓଡିଆ । ପୂର୍ବରୁ ଓଡିଶାରୁ କେହି ଅଲମ୍ପିଆନ ଖେଳ ରତ୍ନ ପୁରସ୍କାର ପାଇନଥିଲେ ।