କନକ ବ୍ୟୁରୋ : ଓଡିଶାରେ ପହଞ୍ଚିଲେ ପ୍ରମୋଦ ଭଗତ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତ । ଟୋକିଓ ପାରା ଅଲିମ୍ପିକ୍ସରେ ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଓଡିଆ ପୁଅ ବ୍ୟାଡମିଣ୍ଟନରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି । ବିମାନବନ୍ଦରରୁ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଓଡିଶା ଫେରି ମୁଁ ଆଜି ବହୁତ ଖୁସି ଅଛି । ସମସ୍ତେ ସପୋର୍ଟ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ।
ପାରା-ଅଲିମ୍ପିକ୍ସର ବ୍ୟାଡମିଂଟନରେ ସେ ସ୍ୱର୍ଣ୍ଣ ପଦକ ଜିଣି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହା ପରେ ରାଜ୍ୟ ସରକାର ପ୍ରମୋଦ ଭଗତକୁ ୬ କୋଟି ଟଙ୍କା ପୁରସ୍କାର ଘୋଷଣା କରିସାରିଛନ୍ତି । ପ୍ରମୋଦଙ୍କୁ ବିମାନବନ୍ଦରରେ ସ୍ୱାଗତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଗତକାଲି ପ୍ରଧାନମନ୍ତ୍ରୀ ପାରା-ଅଲମ୍ପିକ୍ସରେ ପଦକ ବିଜେତାଙ୍କୁ ଭେଟିଥିଲେ । ପ୍ରମୋଦ ଭଗତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କ୍ରିକେଟର ସଚ୍ଚିନ ତେନ୍ଦୁଲକରଙ୍କୁ ଭେଟିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/32-11.jpg)