ସୁନା ଆଣିବେ ଓଡିଆ ପୁଅ ! ଆଜି ଦିନ ୩ଟାରେ ଖେଳିବେ ଫାଇନାଲ

ଜାପାନର ଫୁଜିହାରାଙ୍କୁ ହରାଇ ଫାଇନାଲରେ କଲେ ପ୍ରବେଶ

175

କନକ ବ୍ୟୁରୋ : ବ୍ୟାଡ୍‌ମିଣ୍ଟନ୍‌ ଫାଇନାଲକୁ ପ୍ରବେଶ କରି ପଦକ ପକ୍କା କଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ । ଜାପାନର ଫୁଜିହାରାଙ୍କୁ ହରାଇ ସିଙ୍ଗଲସ ଏସଏଲ-୩ ଫାଇନାଲରେ ପ୍ରବେଶ କରିଛନ୍ତି ଭଗତ । ଆଜି ୩ଟା ବେଳେ ଫାଇନାଲ ଖେଳିବେ ପ୍ରମୋଦ ଭଗତ । ସେମିଫାଇନାଲରେ ଜାପାନର ଡାଇସୁକି ଫୁଜିହାରାଙ୍କୁ ୨୧-୧୧, ୨୧-୧୬ସେଟରେ ହରାଇଛନ୍ତି ଭଗତ । ପ୍ରଥମ ଥର ପାଇଁ ପାରା ଅଲିମ୍ପିକ୍ସରେ ଯୋଗଦେଇଥିବା ବେଳେ ଓଡ଼ିଶା ପାଇଁ ପାରା ଅଲିମ୍ପିକ୍ସରେ ପ୍ରଥମ ଖେଳାଳି ଭାବେ ସଫଳତା ଆଣିବେ ପ୍ରମୋଦ ଭଗତ । ୧୯୬୮ରୁ ଭାରତ ପାରା ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରୁଥିବା ବେଳେ ପ୍ରଥମ ମାର୍କଣ୍ଡ ରେଡ୍ଡି ପାରା ଅଲିମ୍ପିକ୍ସ ଖେଳିଥିଲେ । ଦ୍ୱିତୀୟ ହେଉଛନ୍ତି ପ୍ରମୋଦ ଭଗତ ।

ଆଜିର ପ୍ରତିଯୋଗିତାର ପ୍ରାରମ୍ଭରେ ମନ୍ଥରତା ଦେଖାଇ ଭଗତ ୨-୪ ସ୍କୋର୍‌ କରିଥିଲେ । କିନ୍ତୁ, ପରେ କେତେଗୁଡ଼ିଏ ‘ଓଭର୍‌ହେଡ୍‌ ଡ୍ରପ୍‌’ ତାଙ୍କୁ ଉତ୍ତମ ପ୍ରଦର୍ଶନ କରିବାକୁ ସୁଯୋଗ ଦେଇଥିଲା। ଖେଳର ମଧ୍ୟାନ୍ତର ବେଳକୁ ଭାରତ ୧୧-୮କୁ ପ୍ରବେଶ କରିବା ପୂର୍ବରୁ ଉଭୟ ଖେଳାଳି ୮-୮ ସ୍କୋର୍‌ରେ ରହି ପ୍ରତିଦ୍ବନ୍ଦ୍ବିତା ଚଳାଇଥିଲେ । ମଧ୍ୟାହ୍ନ ବିରତି ପରେ ଭଗତ ଉତ୍ତମ ନୈପୁଣ୍ୟ ପ୍ରଦର୍ଶନ କରି ଶେଷକୁ ସିଧାସଳଖ ୬ଟି ପଏଣ୍ଟ୍‌ ହାସଲ୍‌ କରିଥିଲେ। କହିବାକୁ ଗଲେ ଖେଳର ଦ୍ବିତୀୟାର୍ଦ୍ଧ ଥିଲା କେବଳ ଭଗତଙ୍କ ପ୍ରଦର୍ଶନ ।