ପଙ୍ଖା ମେକାନିକରୁ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ

Advertisment
ପଙ୍ଖା ମେକାନିକରୁ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ

କନକ ବ୍ୟୁରୋ: ସେଦିନର ସାମାନ୍ୟ ମେକାନିକ୍ ଆଜି ସ୍ୱର୍ଣ୍ଣ ପଦକ ବିଜେତା। ଅତାବିରା ରାସ୍ତା କଡ଼ରେ ପଙ୍ଖା ଦୋକାନରେ ବଡ଼ ଭାଇଙ୍କୁ ସହାୟତା କରୁଥିବା ପ୍ରମୋଦ ଭଗତ ନିଜେ ବି ତାକୁ ସଜାଡ଼ୁଥିଲେ। ୧୫ ବର୍ଷ ମଧ୍ୟରେ ସାମାନ୍ୟ ପଙ୍ଖା ମେକାନିକ୍‌ ଭାବେ ଜଣାଶୁଣା ଥିବା ପ୍ରମୋଦ ଆଜି ପାରା ଅଲିମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ଆଣି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। publive-image

ଅଭାବ, ଅନଟନ, ପାରିବାରିକ ସମସ୍ୟା, ଜୀବନଜୀବିକା ଦୋଛକିରେ ସଂଘର୍ଷ କରି ଆଜି ସାଧାରଣ ଜଣେ ଭିନ୍ନକ୍ଷମରୁ ଅସାଧାରଣ ବ୍ୟକ୍ତିତ୍ବରେ ଅଧିକାରୀ ହୋଇଛନ୍ତି ଅର୍ଜୁନ ପୁରସ୍କାରପ୍ରାପ୍ତ ପ୍ରମୋଦ। ତାଙ୍କ ବାସ୍ତବ ଜୀବନର ସଂଘର୍ଷର କାହାଣୀ କୌଣସି ସିନେମା କାହାଣୀରୁ କିଛି କମ୍ ନୁହେଁ। ପ୍ରମୋଦ ଅତାବିରା ବାଳକ ହାଇସ୍କୁଲରେ ପଢ଼ିବା ପରେ ଅତାବିରା କଲେଜରେ ଯୁକ୍ତ ୨ ପାସ୍ କରି ଯୁକ୍ତ ୩ରେ ନାମ ଲେଖାଇଥିଲେ। ଏହା ସହିତ ହୀରାକୁଦର ଏକ ଆଇଟିଆଇ କଲେଜରେ ନାମ ଲେଖାଇ ଥିଲେ। କିନ୍ତୁ ଅର୍ଥାଭାବ ଯୋଗୁଁ କଲେଜ ଫି' ଦେଇ ନ ପାରିବାରୁ ଆଇଟିଆଇ ପାଠ୍ୟକ୍ରମ ସଂପୂର୍ଣ୍ଣ କରି ପାରି ନଥିଲେ। ପରିବାର ଚଳାଇବା ପାଇଁ ପଙ୍ଖା, ଆଇରନ୍‌ ଆଦି ସଜାଡ଼ୁଥିଲେ। କିନ୍ତୁ ବ୍ୟାଡ୍‌ମିଣ୍ଟନ ଖେଳିବା ନିଶା କେବେ ତାଙ୍କ ବାଟରେ ପ୍ରତିବନ୍ଧକ ସୃଷ୍ଟି କରି ପାରି ନଥିଲା। ବିଭିନ୍ନ ଗାଁରେ ସାଧାରଣ ବର୍ଗରେ ବ୍ୟାଡ୍‌ମିଣ୍ଟନ ଖେଳି ସେ ବିଜେତା ହୋଇଛନ୍ତି। publive-image

ବରଗଡ଼ର ଏକ ଘରୋଇ ଶିକ୍ଷାନିଷ୍ଠାନରେ ୨୫ ଶହ ଟଙ୍କାରେ ସେ କୋଚ୍ ଭାବେ ନିଯୁକ୍ତ ହୋଇଥିଲେ। ସେ ଅନୁଗୁଳ ନାଳକୋରେ ଇନ୍‌ଡୋର୍‌ରେ ଅଭ୍ୟାସ କରି ୨୦୦୬ରେ ବେଙ୍ଗାଲୁରୁର ଜାତୀୟ ଚାମ୍ପିଅନ୍‌ସିପରେ ଭାଗ ନେଇ ବିଜେତା ହୋଇଥିଲେ। ଖେଳ ପାଇଁ ଅର୍ଥ ବାଧକ ହୋଇଥିଲେ ସୁଦ୍ଧା ପ୍ଲେୟାର କ୍ଲବ୍‌ର ଅନ୍ୟ ସାଥୀ କୌଶିକ ମହାକୁର, ଅମିତ ଚୌଧରୀ, ଚେତନ ଶର୍ମା, ସାମାଜିକ କର୍ମୀ ରବି ନାରାୟଣ ପଣ୍ଡାଙ୍କ ଉଦ୍ୟମକ୍ରମେ ବହୁ ଜାତୀୟ ଖେଳରେ ଭାଗ ନେଇ ସଫଳ ହୋଇଥିଲେ। ଇସ୍ରାଇଲ୍‌ର ଜେରୁଜେଲମ୍‌ରେ ଆନ୍ତର୍ଜାତୀୟ ‌ବ୍ୟାଡମିଣ୍ଟନ ଖେଳିବାକୁ ତାଙ୍କୁ ସୁଯୋଗ ମିଳିଥିଲା। ହେଲେ ଅର୍ଥାଭାବ ଯୋଗୁଁ ବିମାନ ଟିକଟର ଅର୍ଥ ଯୋଗାଡ଼ ହୋଇପାରି ନଥିଲା। ତାଙ୍କ ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ମାଲେସିଆର କ୍ବାଲାଲମ୍ପୁରରେ ଖେଳି ସେ ଉଭୟ ଏକକ ଓ ଡବଲ୍‌ରେ କାଂସ୍ୟ ପଦକ ପାଇଥିଲେ। ସେଠାରୁ ଆଉ ସେ ପଛକୁ ଫେରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe