କନକ ବ୍ୟୁରୋ: ପ୍ରମୋଦ ଭଗତ ଏକକ ସ୍ୱର୍ଣ୍ଣ ପଦକ । ଏକକ ଫାଇନାଲରେ ନିଜ ଦେଶର ନୀତେଶ କୁମାରଙ୍କୁ ୨୨-୨୦, ୧୮-୨୧, ୨୧-୧୯ ରେ ପରାଜିତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ପ୍ରମୋଦ ଭଗତ ଆଗରୁ ମିଶ୍ରିତ ଯୁଗଳରେ କାଂସ୍ୟ ଓ ଯୁଗଳରେ ମଧ୍ୟ କାଂସ୍ୟ ପଦକ ହାସଲ କରିଥିଲେ । ପ୍ରଥମ ଥର ପାଇଁ ୩ ଟି ପଦକ ହାସଲ କରିଛନ୍ତି ଏସିଆନ ଗେମ୍ ଗେମ୍ସ ରେ ପ୍ରମୋଦ ।

Advertisment

୨୦୧୦ରେ ଏକକ ଓ ଯୁଗଳରେ ଭାଗ ନେଇଥିଲେ ମଧ୍ୟ କୌଣସି ସଫଳତା ତାଙ୍କୁ ମିଳିନଥିଲା । ୨୦୧୪ରେ ଏକକ ଓ ଯୁଗଳରେ ଭାଗ ନେଇଥିଲେ କିନ୍ତୁ କେବଳ ଏକକରେ କାଂସ୍ୟ ପଦକ ହାସଲ କରିଥିଲେ । ୨୦୧୮ରେ ଏକକ ଓ ଯୁଗଳ ରେ ଭାଗ ନେଇଥିଲେ ଏକକରେ ସ୍ୱର୍ଣ୍ଣ ଓ ଯୁଗଳ ରେ କାଂସ୍ୟ ପଦକ ହାସଲ କରିଥିଲେ । ୨୦୨୨ରେ ଏକକ, ଯୁଗଳ ଓ ମିଶ୍ରିତ ଯୁଗଳରେ ଭାଗ ନେଇଛନ୍ତି ଓ ସେ ମିଶ୍ରିତ ଯୁଗଳରେ କାଂସ୍ୟ, ଯୁଗଳରେ କାଂସ୍ୟ ଓ ଏକକରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ ।