କନକ ବ୍ୟୁରୋ: ଲକ୍ଷ୍ମୀ ବସର ରଙ୍ଗ ଓ ନାମ ବଦଳିବା ପ୍ରସଙ୍ଗ। ରାଜ୍ୟ ସରକାରଙ୍କୁ ସମାଲୋଚନା କଲା ବିଜେଡି। ଯୋଜନାର ରଙ୍ଗ ଓ ନାଁ ପରିବର୍ତ୍ତନ କଲେ, ବିଜେଡି ବିରୋଧ କରିବ ଓ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି, ବିଜେପି ରାଜ୍ୟବାସୀଙ୍କୁ ନୂଆ ଯୋଜନା ଓ ସେବା ଦେବେ ବୋଲି କହିଥିଲେ, ହେଲେ କଣ କରୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ମୀ ବସ ଯୋଜନା କରିଥିଲେ। ବ୍ଲକରୁ ହେଡ଼କ୍ୱାର୍ଟରରେ କମ ଦାମରେ ଲୋକଙ୍କୁ ବସ ସେବା ଯୋଗାଇ ଦିଆଯାଉଥିଲା। ଏବେ ଲକ୍ଷ୍ମୀ ବସ ଯୋଜନାର ନାଁ ଓ ରଙ୍ଗ ପରିବର୍ତ୍ତନ କରିବାରୁ ପ୍ରମାଣିତ ହେଉଛି କିଛି ନୂଆ ଯୋଜନା କି ସେବା କରୁନାହାନ୍ତି ନୂଆ ସରକାର। ବିଜେଡି ଯୋଜନାରେ ରଙ୍ଗ ଲଗାଇ କି ଛପା ଲଗାଇଲେ ସଫଳ ହେବେନି। କିଛି ନୂଆ କରି ଲୋକଙ୍କ ଆଶା ଭରସା ପୂରଣ କରନ୍ତୁ। କେଉଁ ନିଷ୍ପତିରେ ନାଁ ଓ ରଙ୍ଗ ଓ ଫଟୋ ବଦଳା ଗଲା, ତା ଜବାବ ଦିଅନ୍ତୁ ବିଜେପି ସରକାର ବୋଲି ବିଜେଡି ଦାବିକରିଛି।
ଲକ୍ଷ୍ମୀ ବସର ରଙ୍ଗ ଓ ନାମ ବଦଳିବା ପ୍ରସଙ୍ଗ। ରାଜ୍ୟ ସରକାରଙ୍କୁ ସମାଲୋଚନା କଲା ବିଜେଡି।
Advertisment
Follow Us